‘ସହରକୁ ବିକାଶ କେନ୍ଦ୍ର’ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’ ପ୍ରତିଷ୍ଠା
ମୌଳିକ ଭୂସ୍ଥାନୀୟ ଭିତ୍ତିଭୂମି ଏବଂ ଡାଟା ବିକାଶ ପାଇଁ ‘ନ୍ୟାସନାଲ ଜିଓସ୍ପେସାଲ ମିଶନ’ର ଶୁଭାରମ୍ଭ

  • ଗିଗ୍ ଶ୍ରମିକଙ୍କ ପାଇଁ ଇ-ଶ୍ରମ ପୋର୍ଟାଲୟରେ ପରିଚୟପତ୍ର ଓ ପଞ୍ଜୀକରଣ ବ୍ୟବସ୍ଥା
  • ପିଏମ ଜନ ଆରୋଗ୍ୟ ଯୋଜନା ଅଧୀନରେ ଗିଗ୍ ଶ୍ରମିକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ, ଯାହା ଦ୍ୱାରା ପାଖାପାଖି ଏକ କୋଟି ଶ୍ରମିକ ଉପକୃତ ହେବେ
  • ପିଏମ ସ୍ୱନିଧି ଯୋଜନାରେ ୩୦ ହଜାର ଟଙ୍କା ସୀମା ସହିତ ୟୁପିଆଇ ଲିଙ୍କ୍ କ୍ରେଡିଟ୍ କାର୍ଡ ସୁବିଧା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫ – ୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ ଗତ ଜୁଲାଇ ବଜେଟରେ ‘ସହରକୁ ବିକାଶ କେନ୍ଦ୍ର’ ଭାବେ ଘୋଷଣା କରାଯାଇଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍’ ଗଠନ କରିବେ । ଏହି ପାଣ୍ଠି ବଣ୍ଡ, ବ୍ୟାଙ୍କ ଋଣ ଏବଂ ପିପିପି ମାଧ୍ୟମରେ ଅତି କମରେ ୫୦ ପ୍ରତିଶତ ଅର୍ଥ ପ୍ରଦାନ କରିବା ସର୍ତ୍ତରେ ବିଶ୍ୱସନୀୟ ପ୍ରକଳ୍ପଗୁଡ଼ିକର ମୂଲ୍ୟର ୨୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଏବାବଦରେ ୨୦୨୫ – ୨୬ ବର୍ଷ ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି । ବଜେଟରେ ମୌଳିକ ଭୂସ୍ଥାନୀୟ ଭିତ୍ତିଭୂମି ଏବଂ ଡାଟା ବିକାଶ ପାଇଁ ‘ନ୍ୟାସନାଲ ଜିଓସ୍ପେସାଲ ମିଶନ’ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗତି ଶକ୍ତିର ଉପଯୋଗ କରି ଏହି ମିଶନ ଜମି ରେକର୍ଡର ଆଧୁନିକୀକରଣ, ସହରୀ ଯୋଜନା ଏବଂ ଭିତ୍ତିଭୂମି ପ୍ରକଳ୍ପର ଡିଜାଇନକୁ ସକ୍ଷମ କରିବ । ଶ୍ରୀମତୀ ସୀତାରମଣ କହିଥିଲେ ଯେ ସରକାର ସହରାଞ୍ଚଳଗରିବ ଏବଂ ଦୁର୍ବଳ ଗୋଷ୍ଠୀଙ୍କୁ ସହାୟତାକୁ ପ୍ରାଥମିକତା ଦେଉଛନ୍ତି । ସହରାଞ୍ଚଳର ଶ୍ରମିକମାନଙ୍କର ଆୟ ବୃଦ୍ଧି, ସ୍ଥାୟୀ ଜୀବିକା ହାସଲ ଏବଂ ସେମାନଙ୍କ ଜୀବନଧାରଣମାନରେ ଉନ୍ନତି ଆଣିବା ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯିବ । ଅନଲାଇନ୍ ପ୍ଲାଟଫର୍ମରେ ଗିଗ୍ କର୍ମଚାରୀମାନେ ନୂତନ ଯୁଗର ସେବା ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଗତିଶୀଳତା ପ୍ରଦାନ କରନ୍ତି । ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେଇ ଆମ ସରକାର ସେମାନଙ୍କ ପରିଚୟ ପତ୍ର ଏବଂ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣର ବ୍ୟବସ୍ଥା କରିବେ । ସେମାନଙ୍କୁ ପିଏମ୍ ଜନ ଆରୋଗ୍ୟ ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏହି ପଦକ୍ଷେପ ଦ୍ୱାରା ପାଖାପାଖି ୧ କୋଟି ଗିଗ୍ ଶ୍ରମିକଙ୍କୁ ସହାୟତା ମିଳିବ ବୋଲି ଆଶା କରାଯାଉଛି । ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ପିଏମ ସ୍ୱନିଧି ଯୋଜନା ଉଚ୍ଚ ସୁଧରେ ଅନୌପଚାରିକ କ୍ଷେତ୍ର ଋଣରୁ ମୁକ୍ତି ପ୍ରଦାନ କରି ୬.୮ ନିୟୁତ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଉପକୃତ କରିଛି । ଏହି ସଫଳତାକୁ ଦୃଷ୍ଟିରେ ରଖି ବ୍ୟାଙ୍କରୁ ବର୍ଦ୍ଧିତ ଋଣ, ୩୦,୦୦୦ ଟଙ୍କା ସୀମା ସହିତ ୟୁପିଆଇ ଲିଙ୍କ୍ କ୍ରେଡିଟ୍ କାର୍ଡ ଏବଂ ଦକ୍ଷତା ବିକାଶ ସହାୟତା ସହିତ ଏହି ଯୋଜନାର ନବୀକରଣ କରାଯିବ ।

Leave A Reply

Your email address will not be published.