ଓମ୍ବାଡସି ଆନୁକୂଲ୍ୟରେ ସମ୍ମନ୍ୱିତ ବିକାଶ କାର୍ଯ୍ୟ ଯୋଜନା (ଇଣ୍ଡିଗ୍ରେଟେଡ଼ ଡେଭେଲପମେଣ୍ଟ ଏକ୍ସନ ପ୍ଲାନ) ସମ୍ଭନ୍ଧୀୟ କର୍ମଶାଳା

ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓମ୍ବାଡସି ଆନୁକୂଲ୍ୟରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସମ୍ୱନ୍ୱିତ ବିକାଶ କାର୍ଯ୍ୟ ଯୋଜନା (ଇଣ୍ଡିଗ୍ରେଟେଡ଼ ଡେଭେଲପମେଣ୍ଟ ଏକ୍ସନ ପ୍ଲାନ) ସମ୍ଭନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ପ୍ରଭାତ କୁମାର ବେହେରା, ଏପିଡି ଶାନ୍ତନୁ କୁମାର ନାୟକ, ଭୁବନେଶ୍ୱର ଓମ୍ବାଡସିର ଦକ୍ଷତା ବିଶେଷଜ୍ଞ ଆଦିତ୍ୟ ମୋହନ ପ୍ରଧାନ, ଜୀବିକା ବିଶେଷଜ୍ଞ ଜଗନ୍ନାଥ ମିଶ୍ର ଓ ମୟୁରଭଞ୍ଜ ଓମ୍ବାଡସି ସେଲର ଟିମ ଲିଡର ନିହାର କାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ଏବଂ ଜିଲ୍ଲାପାଳ ଉକ୍ତ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ବ୍ୟତୀତ ଗୋଟିଏ ଅଂଚଳର ବିକାଶ ପାଇଁ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଯେଉଁ ଯୋଜନା ଗୁଡିକ ସରକାରୀ ଅନୁଦାନରେ କାର୍ଯ୍ୟକାରୀ ହୋଇପାରୁନାହିଁ ସେ କ୍ଷେତ୍ରରେ ଓମ୍ବାଡସି ଦ୍ୱାରା ମଂଜୁର ଅର୍ଥରୁ ଏହି ଯୋଜନାଗୁଡିକୁ ମାର୍ଗଦର୍ଶିକା ଅନୁଯାୟୀ କରାଯାଇ ଥାଏ । ମାତ୍ର ଏହି କାର୍ଯ୍ୟ ଦ୍ୱାରା ଦୀର୍ଘସ୍ଥାୟୀ ଭାବେ ଲୋକଙ୍କ ଜୀବିକାର ଉପରେ କେତେ ମାତ୍ରାରେ ପ୍ରଭାବ ରହିବ ଏବଂ ସେମାନଙ୍କର ଆର୍ଥିକ ଉନ୍ନତି ହେବ ସେ ବିଷୟକୁ ପ୍ରାଥମିକତା ଦେଇ ଯୋଜନା ପ୍ରସ୍ତୁତ କରିବା ଉଚିତ । ଗୋଟିଏ ସମାନ କାର୍ଯ ବିଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହେଉଛି । ତେଣୁ ବିଭିନ୍ନ ବିଭାଗର ସମନ୍ୱୟର ସମ୍ୱନ୍ୱିତକାର୍ଯ୍ୟଯୋଜନା(ଇଣ୍ଡିଗ୍ରେଟେଡ଼ଡେଭେଲପମେଣ୍ଟ ଏକ୍ସନ ପ୍ଲାନ )ପ୍ରସ୍ତୁତ କରି ବ୍ୟବସ୍ଥିତ ଭାବେ ଅର୍ଥ ବିନିଯୋଗ କଲେ ଯୋଜନା ଗୁଡିକ ଉତ୍ତମ ଭାବେ କାର୍ଯ୍ୟକାରି ହୋଇପାରିବ । ଏହାପରେ ଭୁବନେଶ୍ୱର ଓମ୍ବାଡସି ଶାଖାର ଦକ୍ଷତା ବିଶେଷଜ୍ଞ ଆଦିତ୍ୟ ମୋହନ ପ୍ରଧାନ power project presentation ଜରିଆରେ ସମ୍ୱନ୍ୱିତ ବିକାଶ କାର୍ଯ୍ୟ ଯୋଜନା ସମ୍ବନ୍ଧରେରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ । ଆଲୋଚନା ପ୍ରସଙ୍ଗରେ ସେ କହିଥିଲେ କି ଏହି ଇଣ୍ଡିଗ୍ରେଟେଡ଼ ଡେଭେଲପମେଣ୍ଟ ଏକ୍ସନ ପ୍ଲାନ ପ୍ରସ୍ତୁତ କରିବା ପୂର୍ବରୁ ପ୍ରତ୍ୟେକ ବିଭାଗ ନିଜ ନିଜ ଅଧୀନରେ କାର୍ଯ୍ୟକାରି ହେଉଥିବା । ମୁଖ୍ୟତଃ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଜୀବିକା, ଗ୍ରାମ୍ୟଯୋଗାଯୋଗ, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ ସମ୍ପର୍କିତ କେଉଁ ଗ୍ରାମରେ କେଉଁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି, କେଉଁ ପ୍ରକଳ୍ପ କାର୍ଯ୍ୟ ଚାଲିଛି ଏବଂ କେଉଁ ପ୍ରକଳ୍ପ କାର୍ଯ୍ୟ ହେବାକୁ ଅଛି ତାହାର ଏକ ଡାଟା ବେସ ପ୍ରସ୍ତୁତ କରିବେ । ତଦନୁସାରେ ବିଭିନ୍ନ ବିଭାଗର ଡାଟା ବେସ ଆଧାରରେ ମାର୍ଗଦର୍ଶିକା ଅନୁସାରେ ବ୍ୟବସ୍ଥିତ ଢଙ୍ଗରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜରିଆରେ ଅନୁମୋଦନ ନିମନ୍ତେ ପଠାଯିବ ଏବଂ ଅନୁମୋଦିତ ପରେ ଏକ୍ସନ ପ୍ଲାନ ଅନୁସାରେ ଯୋଜନା କାର୍ଯ୍ୟକାରୀ ହେବ । ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.