ଅନିଶ୍ଚିତତା ମଧ୍ୟରେ ଇନ୍ଦ୍ରାବତୀର ପର୍ଯ୍ୟଟନ ବିକାଶ

ଜୟପାଟଣା, (ଶେଷଦେବ ବେହେରା) : ପ୍ରକୃତିର ଅତୁଳନୀୟ ସମ୍ଭାର ମଧ୍ୟରେ ରହି ଆସିଥିବା ଇନ୍ଦ୍ରାବତୀ ପ୍ରକଳ୍ପର ପର୍ଯ୍ୟଟନ ପୃଷ୍ଠଭୂମି ବର୍ଷ ବର୍ଷ ଧରି ଅଣ ଦେଖା ହୋଇଆସୁଛି । ସାମାନ୍ୟତମ ଉଦ୍ୟମ ହୋଇ ପାରିଥିଲେ ଜଳଭଣ୍ଡାର ପାଇଁ ସର୍ବସ୍ୱ ହରାଇ ଏକ ଅନିଶ୍ଚିତ ଜୀବନ ବିତାଇ ଆସୁଥିବା ବନବାସୀ ମାନଙ୍କର ଆର୍ଥିକ ବିକାଶ ସହିତ ଥିଆମୂଳ ରାମପୁର ଅଞ୍ଚଳର ଏକ ସମ୍ଭ୍ରାନ୍ତ ପରିଚୟ ସୃଷ୍ଟି ହୋଇଥାନ୍ତା । ପରିଶେଷରେ କଳାହାଣ୍ଡି ଜିଲ୍ଲାର କୃଷି ଓ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାର ପରିଚୟକୁ ଶିଖରରେ ପହଞ୍ଚାଇ ନିଜେ ନିଶ୍ୱ ହୋଇ ରହିଗଲା । ଇନ୍ଦ୍ରାବତୀର ପ୍ରାକୃତିକ ବୈଭବର କଥା ଶୁଣି ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ନିରାଶ ହେବାକୁ ପଡ଼ିଲା । ଅନ୍ୟମାନଙ୍କ ମଙ୍ଗଳ ପାଇଁ ଗୋଦାବରୀ ଅବବାହିକାରୁ ମହାନଦୀ ଅବବାହିକାରେ ପଟ୍ଟ ପରିବର୍ତ୍ତନ ପୂର୍ବକ ନିଜକୁ ସମାହିତ କରି ଦେଇଥିବା ପ୍ରକୃତି ରାଣୀ ଇନ୍ଦ୍ରାବତୀ ଧିରେ ଧିରେ ଆଭୂଷଣ ଶୂନ୍ୟ ହୋଇଗଲା । ଥୁଆମୂଳ ରାମପୁର ବ୍ଲକର ମର୍ଦ୍ଧି ଗୁଡାରୁ ଆତ୍ମପ୍ରକାସ କରିଥିବା ଇନ୍ଦ୍ରାବତୀ ୫୩୪କିଲୋମିଟର ପ୍ରବାହିତ ହେବା ପରେ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଗୋଦାବରୀ ନଦୀ ଗର୍ଭରେ ବିଲୀନ ହୋଇଗଲା । ସେହି ଇନ୍ଦ୍ରାବତୀ ନଦୀ ଓଡ଼ିଶା ଅତିକ୍ରମ କଲାପରେ ଛତିଶଗଡ ରାଜ୍ୟର ଚିତ୍ରକୁଟ ଠାରେ ପ୍ରାକୃତିକ ଜଳ ପ୍ରପାତ ସାଙ୍ଗକୁ ସରକାରୀ ଉଦ୍ୟମରେ ନିଜର ବାସ୍ତବ ସ୍ୱରୂପକୁ ନେଇ ସମସ୍ତଙ୍କୁ ଆକର୍ଷିତ କଲା । ସେଠାରେ ଧର୍ମ, ସଂସ୍କୃତି ଓ ପର୍ଯ୍ୟଟନ ବିକାଶ ହେତୁ ଅଞ୍ଚଳ ବାସୀଙ୍କ ପାଇଁ ଅନୁକୂଳ ବାତାବରଣ ତିଆରି ହେଲା । ଓଡ଼ିଶାର ପର୍ଯ୍ୟଟକ ମଧ୍ୟ ଇନ୍ଦ୍ରାବତୀର କମନୀୟ ତାକୁ ଦେଖି ଆତ୍ମବିଭୋର ହେଲେ । ଅନେକ ବର୍ଷ ପରେ ଓଡ଼ିଶାର ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଇନ୍ଦ୍ରାବତୀ ମେଗା ଲିଫ୍ଟର ଶୁଭ ଉଦଘାଟନ ସମୟରେ ଇନ୍ଦ୍ରାବତୀକୁ ମାଆ ବୋଲି ସମ୍ବୋଧନ କରିବା ସହିତ ୧୪/୦୧/୨୦୨୧ମସିହାରେ ଇନ୍ଦ୍ରାବତୀ ସଂଗ୍ରହାଳୟ ଓ ପ୍ରମାଦ ଉଦ୍ୟାନ ନିର୍ମାଣ ପାଇଁ ଘୋଷଣା କଲେ । କୋଡ଼ିଏ କୋଟି ଟଙ୍କାର ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ସଂଗ୍ରହାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଗଲା । ୨୦୨୩ଜୁନ ମାସରୁ ୩.୨୩କୋଟି ଟଙ୍କାର ଟେଣ୍ଡର ଚୁକ୍ତି ସ୍ୱାକ୍ଷରିତ ହୋଇ ସଂଗ୍ରହାଳୟର କାର୍ଯ୍ୟ ଆରମ୍ଭ ହେଲା । ମଙ୍ଗଳପୁର ହାତୀ ଆନିକଟ ସଂଲଗ୍ନ ଲିଫ୍ଟ କେନାଲ ପମ୍ପ ଗୃହ ପାର୍ଶ୍ଵରେ ୮.୧୯ଏକର ଜମି ଚିହ୍ନଟ କରାଗଲା । ଏବେ ସଂଗ୍ରହାଳୟର କୋଠା ନିର୍ମାଣ ପରିସମାପ୍ତ ଆଡେ ପହଞ୍ଚୁ ଥିବା ବେଳେ ତତ୍ ସଂଲଗ୍ନ ପରିବେଶ ଓ ପ୍ରମୋଦ ଉଦ୍ୟାନର ପରିକଳ୍ପନା ଅନିଶ୍ଚିତତା ମଧ୍ୟରେ ରହି ଯାଇଛି । ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ଏହା ଏକ ଅନ୍ତଃ ରାଜ୍ୟ ଦର୍ଶନ ସ୍ଥଳୀ ପାଲଟିବ ବୋଲି ସମସ୍ତେ ଉତ୍ସୁକତା ସହିତ ଅନାଇ ରହିଥିବା ବେଳେ ପରବର୍ତ୍ତୀ ବିକାଶକୁ ବର୍ତ୍ତମାନ ରବି ଜେ ପି ସରକାର ଅଗ୍ରାଧିକାର ଦେବା ପାଇଁ ଦାବୀ ହେଉଛି । ଏହି ବିକାଶ ସହିତ ଇନ୍ଦ୍ରାବତୀର ଉତ୍ପତ୍ତି ସ୍ଥଳକୁ ଆକର୍ଷଣୀୟ କରିବା ସହିତ ଜଳଭଣ୍ଡାରର ୧୧୦ବର୍ଗ କିଲୋମିଟର ପରିଧିର ବିକାଶ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେବାକୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.