ppurohit

କୁଚିଣ୍ଡା ଏନ୍‌ଏସି ଓ ବ୍ଲକର ବିଜେପି ଯୁବମୋର୍ଚ୍ଚାର ଶତାଧିକ କର୍ମୀଙ୍କ ବିଜୁ ଜନତା ଦଳରେ ଯୋଗଦାନ

2nd

ସମ୍ବଲପୁର, (କରୁଣାକର ଶତପଥି) : ଆଜି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଏନ୍‌ଏସି ଓ ବ୍ଲକର ବିଜେପି ଯୁବମୋର୍ଚ୍ଚାର ଶତାଧିକ କର୍ମୀ ବୃନ୍ଦ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କଲ୍ୟାଣ ଯୋଜନାର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂ, ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ, ବିଧାୟକ କିଶୋର ନାଏକ, ବିଜେଡ଼ି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ଓ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ କୁଚିଣ୍ଡାକୁ ନମ୍ବର୍ ୱାନ ବିକାଶଶୀଳ ନିର୍ବାଚନ ମଣ୍ଡଳୀ ଭାବେ ଗଢି ତୋଳିବା ପାଇଁ ଯୁବ ସମାଜର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ମନ୍ତ୍ରୀ ଶ୍ରୀ ସିଂ ବକ୍ତବ୍ୟ ଦେଇଥିଲେ ।

Leave A Reply

Your email address will not be published.