oom

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜୁ ଛାତ୍ର ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁନ୍ତଲା ବ୍ଲକ ମଳମଣ୍ଡା କଲ୍ୟାଣ ମଣ୍ଡପ ଏବଂ ଲୋଇସିଂହା ବ୍ଲକ ଆଦିବାସୀ ଭବନ ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୁବ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗଦାନ କରିଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ନେତା ବିମଳ ମେହେର, ଜିଲ୍ଲା ଛାତ୍ର ସଭାପତି ଗୁଞ୍ଜ ଖାନ, ବଲାଙ୍ଗିର ଜିଲ୍ଲା ଛାତ୍ର ଜନତା ଦଳର ପର୍ଯ୍ୟବେକ୍ଷକ ଅଭିଳାଶ ଦାସ, ପୁଇଁନ୍ତଲା ବ୍ଲକ ଛାତ୍ର ସଭାପତି ହେମନ୍ତ ଛୁରିଆ, ଲୋଇସିଂହା ବ୍ଲକ ଛାତ୍ର ସଭାପତି ଜଗତପତି ଦାନୀ, ବରିଷ୍ଠ ନେତା ସୁରେଶ ନାଏକ, ଦେବରାଜ ଅମାତ, ନିତେଶ ଅଗ୍ରୱାଲ, ପ୍ରକାଶ ମହାରଣା, ଜିଲ୍ଲା ଛାତ୍ର ଉପସଭାପତି ଟିବଲୁ କଦମ, ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦକ ଫିରୋଜ ସତୁଆଙ୍କ ସହ ପୁଇଁନ୍ତଲା ଏବଂ ଲୋଇସିଂହା ବ୍ଲକର ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଉପସ୍ଥିତି ଥିଲେ ।

jittmm
Leave A Reply

Your email address will not be published.