oom

ରାଜ୍ୟ ବିଜେପି ଉପ-ସଭାପତିଙ୍କ ଦ୍ୱାରା ଆର.ଆର. କଲୋନୀଠାରେ ଆୟୁଷ୍ମାନ କାର୍ଡ ବିତରଣ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସଦେଇପାଲି ଆର.ଆର. କଲୋନୀ ସ୍ଥିତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ରାଜ୍ୟ ବିଜେପି ଉପ-ସଭାପତି ଗୋଲକ ମହାପାତ୍ର ସଦର ବ୍ଲକର ହିତାଧିକାରୀମାନଙ୍କୁ ଆୟୁଷ୍ମାନ କାର୍ଡ ବିତରଣ କରିଥିଲେ । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ବିଜେପି ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ, ଅନୁରାଗୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଆଶା କର୍ମୀ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କର୍ମଚାରୀଙ୍କ ସହଯୋଗରେ ହିତାଧିକାରୀମାନଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.