
ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୩୦ ନଂ. ଜୋନରେ ଥିବା ୭ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ବିଜୟୀ ହୋଇଛନ୍ତି । ଏଥିରେ ଟିକ୍ରାପଡା ପଞ୍ଚାୟତରେ ନରେନ୍ଦ୍ର କଲେତ ୧୩୯୨, ଗଣ୍ଡପତ୍ରାପାଲିରେ ମନୀଷ ସୁନା ୭୦୮, ଧରପଗଡ଼ରେ ଗୀତାଞ୍ଜଳି ପଣ୍ଡା ୧୬୦୩, କରମତଲାରେ ତିଲୋତ୍ତମା ବାଗ ୧୭୪୨, ଝିଙ୍କିଡୁଙ୍ଗୁରିରେ ପୁଷ୍ପାଞ୍ଜଳି ମାଝୀ ୧୧୦୭, ଜୁରାବନ୍ଧ ପଞ୍ଚାୟତରେ କରିସ୍ମା ନନ୍ଦ ୧୧୫୬, କୁଇକେଡ଼ାରେ ଯୁଗଲାଲ ମାଝୀ ୭୪୧ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟ ଟିକ୍ରାପଡାରେ ଶଶୀ ମହାଳିଙ୍ଗ ୧୩୦୧, ଗଣ୍ଡପତ୍ରାପାଲିରେ ଅମରୀତା ଦୀପ ୧୧୪୦, ଗୀତାଞ୍ଜଳି ଖଣ୍ଡଗିରି ଝିଙ୍କିଡୁଙ୍ଗୁରି ୧୦୬୯, ଶୋଭାବତୀ ଧରୁଆ ଜୁରାବନ୍ଧ ୧୦୮୯, ଦହି ଭୋଇ କରମତଲା ୧୯୦୪, ରାକେଶ ନାୟକ ଧରପଗଡ଼ ୧୩୦୬, କୁଇକେଡ଼ାରେ ଚନ୍ଦୁଲାଲ ଭୋଇ ୭୬୨ରେ ବିଜୟୀ ହୋଇଛନ୍ତି ।