ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ । ଏହାକୁ ନେଇ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ସୂଚନା ଅନୁଯାୟୀ, ନିର୍ବାଚନ ପାଇଁ ଅକ୍ଟୋବର ୧୪ ଯାଏ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ୧୫ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନେଇ ସୂଚନା ରହିଛି । ସେହିପରି ନଭେମ୍ବର ୬ରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ।

ନଭେମ୍ବର ୮ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । କିଛି ଦିନ ତଳେ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ ।

Leave A Reply

Your email address will not be published.