ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ପ୍ରକଳ୍ପ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବି.ଇ.ଓ ସୁଶ୍ରୀ ରୀନା ବେହେରା, ସମ୍ମାନିତ ଅତିଥି ଏ.ବି.ଇ.ଓ ଆରୁଣୀ ମହାନନ୍ଦ, ବ୍ଲକ ବିଜ୍ଞାନ କୋ-ଅଡିନେଟର ତାରାକାନ୍ତ ମିଶ୍ର, ବ୍ଲକ ବିଜ୍ଞାନ କନଭେନର ବାଳକୃଷ୍ଣ ମହାନନ୍ଦ, ବିଚାରକ ଦ୍ୱୟ ଶିବ ପ୍ରସାଦ ତ୍ରିପାଠୀ ଓ ରାଜକୁମାର ଭୋଇ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ହେମୟନ୍ତି ସିଂ ଦଣ୍ଡକାର, ଦିଲିପ ସିଂ ବାବୁ, ଜନ୍ମେଜୟ ଛନ୍ଦ ଆଦି ସହଯୋଗ କରିଥିଲେ । ସେମିନାରରେ ସୋମ୍ୟା ସୁଦିପ୍ତା ସାହୁ, ପ୍ରକଳ୍ପରେ ପ୍ରିୟଙ୍କା ସାହୁ, ସୁବ୍ରତ ପରୁଆ, ବିରାଜ ଶଙ୍କର ବେହେରା, ଓ ରାନୀ ପଧାନ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଫିସର ସମସ୍ତ କର୍ମଚାରୀ ଓ ବ୍ଲକର ସିଆରସିସି ଉପସ୍ଥିତ ରହି ସହଯୋଗର ହାତ ବଢାଇଥିଲେ । ମୋଟ ୫୪ଟି ପ୍ରକଳ୍ପ ଓ ୪ଟି ସେମିନାରରେ ଛାତ୍ରମାନେ ଭାଗ ନେଇଥିଲେ ।

Leave A Reply

Your email address will not be published.