jayashree

କୁମାରବେଗପଲ୍ଲୀ ଗ୍ରାମରେ ମା’ ସର୍ବମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଆରମ୍ଭ ହୋଇଥିବା ଯଜ୍ଞାନୁଷ୍ଠାନ ଉତ୍ସବମୁଖର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମପଞ୍ଚାୟତ ଅଧିନସ୍ଥ କୁମାରବେଗପଲ୍ଲୀ ଗ୍ରାମରେ ମା’ ସର୍ବମଙ୍ଗଳାଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନିମନ୍ତେ ସୋମବାର ଦିନ ପୂର୍ବାହ୍ନରେ ଋଷିକୁଲ୍ୟା ନଦୀରୁ ଜଳ ଅଣାଯାଇ ବର୍ଣ୍ଣାଢ଼୍ୟ ପଟୁଆରରେ ୨୬ ତାରିଖରେ ଜଳଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୁମାରବେଗପଲ୍ଲୀ ଗ୍ରାମବାସୀମାନଙ୍କ ସହ ସଂକୀର୍ତ୍ତନ ମଣ୍ଡଳୀ, ଢୋଲ, ମହୁରୀ ତାଳ ସାଂଗକୁ ଘଣ୍ଟଦଳ ଶବ୍ଦରେ ଗାଁଟି ଉତ୍ସବ ମୁଖର ହୋଇ ଉଠିଥିଲା । ଆନନ୍ଦରେ ନାନା ବାଦ୍ୟ ଧ୍ଵନିରେ ଆନନ୍ଦ ଉଲ୍ଲାସର ସହ ନାରୀମାନେ ମସ୍ତକରେ ଜଳପୂର୍ଣ୍ଣ କଳସ ଧରି ଆଡ଼ମ୍ବରର ସହ କଳସ ଯାତ୍ରା ଏକ ଯୁଗାନ୍ତକାରୀ ଭାବେ ଆଧ୍ୟାତ୍ମିକ ବାତାବରଣରେ ଚହଳ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା । ଗତ ୨୭ ତାରିଖରୁ ପ୍ରଭାତରୁ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଆରମ୍ଭ ହୋଇ କୁମାରବେଗପଲ୍ଲୀ ଗାଁରେ ଆଧ୍ୟାତ୍ମିକ ବାତାବରଣରେ ଗହଳ ଚହଳରେ ମୁଖରୀତ ହୋଇ ଉଠିଛି । ଏହି ଯଜ୍ଞାନୁଷ୍ଠାନ ଉତ୍ସବ ମାର୍ଚ୍ଚ ପହିଲା ଦିନ ଉଦ୍‌ଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ’ ବହୁ ବର୍ଷ ହେଲା ଏହି ସ୍ଥାନରେ ଓଷା-କୋଠି, ଗାହାଣ, ଅଥବା ଅସ୍ଥାୟୀ କୋଠ ଘରେ ମା’ମଙ୍ଗଳାଙ୍କ ପୂଜାର୍ଚ୍ଚନା, ଗୀତ, ଜଣାଣର ପରମ୍ପରା ବଜାୟ ରଖି ଆସୁଥିଲା ବେଳେ ଏଠାରେ ମା’ ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା କରିବା ଅଭିପ୍ରାୟରୁ ଏଠାରେ ମନ୍ଦିର ତୋଳା ଗଲା ବୋଲି କୁହାଯାଏ । ତେବେ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଗ୍ରାମବାସୀ ନିଜର ଖୁସିବ୍ୟକ୍ତ କରିଛନ୍ତି ଏବଂ ଭକ୍ତି ଭବାପନ୍ନରେ ଉତ୍ସବ ମନାଇଛନ୍ତି ।

Leave A Reply

Your email address will not be published.