ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପରିଚାଳନା ସମିତି ସଭାପତି ମାନନୀୟ ମାନଗୋବିନ୍ଦ ମେହେର ଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ବଡ଼ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ବର୍ଗରେ ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ଗଣିତ ପ୍ରୟୋଗ, ନିବନ୍ଧ ଲିଖନ, କଥା କଥନ, ମୂର୍ତ୍ତିକଳା ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତାରେ ମୋଟ ୮୭ ଜଣ ଭାଇଭଉଣୀ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ପରିଚାଳନା ସମିତିର ପୂର୍ବତନ ସଭାପତି ଶଶିଭୂଷଣ ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରିଚାଳନା ସମିତିର ସଭାପତି ମାନଗୋବିନ୍ଦ ମେହେର, ସମ୍ପାଦକ ଗୈ।ରବ କୁମାର ପାଢୀ, ଶୈକ୍ଷିକ ପରାମର୍ଶଦାତା ମହେଶ ବଡ଼ପଣ୍ଡା ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ବିଜ୍ଞାନ ପ୍ରମୁଖ ପ୍ରମୋଦ ବିଶିଙ୍କ ମାର୍ଗଦର୍ଶନରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ରବୀନ୍ଦ୍ର ଗୁରୁଜୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ମହେନ୍ଦ୍ର ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ସେବକ ସେବିକା ସହଯୋଗ କରିଥିଲେ ।
