oom

ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ କାର୍ଯ୍ୟକ୍ରମରେ ବ୍ଲକ କଲୋନୀ ସିଆରସିସି ଅଗସ୍ତି ଦୀପ ଯୋଗଦାନ କରିଥିଲେ । ସରକାରଙ୍କର ନିୟମ ଅନୁଯାୟୀ ପ୍ରତି ତିନି ବର୍ଷରେ ଥରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯିବା କଥା । କିନ୍ତୁ କରୋନା କଟକଣା ଜାରି ଯୋଗୁଁ ବିଦ୍ୟାଳୟ ବନ୍ଦ ଥିବାରୁ କମିଟି ଗଠନ କରାଯାଇ ନଥିଲା । ସ୍କୁଲର ପ୍ରତ୍ୟେକ ଅଭିଭାବକ ଓ ଅଭିଭାବିକାଙ୍କ ଉପସ୍ଥିତିରେ ଏହି କମିଟି ଗଠନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ଗଠନ କରାଯିବାର ଉଦ୍ଦେଶ୍ୟ ଓ କାର୍ଯ୍ୟ କଳାପ ସମ୍ବନ୍ଧରେ ବିଦ୍ୟାଳୟ ଶିକ୍ଷକ ଆଦିତ୍ୟ ରଣା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିରେ ପ୍ରଧାନଶିକ୍ଷକ, ଜଣେ ଛାତ୍ର, ଜଣେ ଛାତ୍ରୀ, ଜଣେ ଶିକ୍ଷକ, ଜଣେ ୱାର୍ଡମେମ୍ବର, ଜଣେ ସ୍ୱାସ୍ଥ୍ୟକର୍ମୀ ଓ ୧୨ ଜଣ ଅଭିଭାବକ ଏବଂ ଅଭିଭାବକଙ୍କୁ ନେଇ ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବରେ ଗଣେଶ ରଣା ଓ ଉପସଭାପତି ଭାବରେ ପିଙ୍କି ମହାନନ୍ଦଙ୍କୁ ଚୟନ କରାଯାଇଥିଲା । ଅନ୍ୟ ସଦସ୍ୟ ଭାବେ କିଆବନ ଦୀପ, ଉଷା ଜାନୀ, ରାଧେଶ୍ୟାମ ଜାନୀ, ରାଇମତୀ ରଣା, ରେବିକା ସାହୁ, ରାଜେଶ୍ୱରୀ ରଣା, ଶ୍ରୀୟା ଭୋଇ, ମହେନ୍ଦ୍ର ରଣା, କୃପାସିନ୍ଧୁ କର୍ମୀ, ପୁରୁଷୋତ୍ତମ ରଣା, ଅନୁସୟା ରଣା, ସୂର୍ଯ୍ୟକାନ୍ତୀ ରଣା, ସୁପ୍ରୀୟା ରଣା, ସୁବାଷ ରଣା ପ୍ରମୁଖ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମରେ ଶିକ୍ଷକ ବିଶ୍ୱନାଥ ମେହେର, ସୁଦର୍ଶନ ଦାଶ, ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଳ, ରାମ ନାରାୟଣ ଦାଶ, ଶିକ୍ଷୟିତ୍ରୀ ଦ୍ରୋପଦୀ ଭୋଇ, ଯଶୋବନ୍ତୀ ସୁନା, ଗାୟତ୍ରୀ ବାରିକ, କାନ୍ତୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷୟତ୍ରୀ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.