କୋଭିଡ ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଚାଳନା

ସାଲେଭଟା, (କେପିଏନ୍‌ଏସ୍‌) : ଦୀର୍ଘ ୨ବର୍ଷ ପାଖାପାଖି କୋଭଡି ଭୟରେ ରାଜ୍ୟ ସରକାର ପ୍ରାଥମିକ ସ୍କୁଲରେ ଶ୍ରେଣୀ ଗୃହ ଶିକ୍ଷାଦାନକୁ ଅନୁମତି ଦେଇପାରି ନାହାନ୍ତି । ୟୁଟ୍ୟୁବ ଲାଇଭ କ୍ଲାସ ଓ ବିଭିନ୍ନ ବୈକଳ୍ପିକ ସାଧନ ମାଧ୍ୟମରେ ପାଠପଢା ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସାଲେଭଟା ପ୍ରାଥମିକ ବିଦ୍ୟାଳୟରେ ସାଂପ୍ରତିକ କୋଭିଡ ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଚାଳନାରେ ଶିକ୍ଷକଙ୍କ ଭୂମିକା ବିଷୟରେ କ୍ଲଷ୍ଟର ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ଏବିଇଓ ଆରୁଣି ମହାନନ୍ଦଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଆଗଲପୁର ଏବିଇଓ ପ୍ରଭାତ କୁମାର ପାତ୍ର, ଏବିଇଓ ଆଦିତ୍ୟ କୁମାର ବନ୍ଦିଛୋର ଯୋଗଦେଇଥିଲେ । ୟୁଟ୍ୟୁବ ଲାଇଭ କ୍ଲାସ ପରିଚାଳନା ସଙ୍ଗେ ସଙ୍ଗେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ହୋମ ଭିଜିଟ ମାଧ୍ୟମରେ ୱାର୍କସିଟ ତଦାରଖ, ଫୋନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣର ପ୍ରଗତି ବିଷୟରେ ପିତାମାତାଙ୍କ ସହିତ ଯୋଗାଯୋଗ ଏବଂ ବିଭିନ୍ନ ଶିକ୍ଷଣୀୟ ଆପ୍‌ର ଉପଯୁକ୍ତ ବ୍ୟବହାର କରି ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ଉଦ୍‌ଜୀବିତ କରିବା ସନ୍ଦର୍ଭରେ ସଭାରେ ମତ ପ୍ରକାଶ ପାଇଥିଲା । ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛତା ପକ୍ଷର ତୃତୀୟ ଦିବସରେ ଶପଥ ପାଠ କରାଯିବା ସହିତ କୋଭିଡ ଗାଇଡଲାଇନ ଅନୁପାଳନ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏହି ଅବସରରେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିଚିଙ୍ଗ ଲାର୍ଣ୍ଣିଙ୍ଗ ସାମଗ୍ରୀର ପ୍ରଦର୍ଶନୀକୁ ଶିକ୍ଷା ଅଧିକାରୀ ବୁଲି ଦେଖିଥିଲେ ଏବଂ ଆଗାମୀ ଦିନରେ ସବୁ ବିଦ୍ୟାଳୟରେ ଏଭଳି ଶିକ୍ଷଣ ସାମଗ୍ରୀର ପ୍ରସ୍ତୁତି ଏବଂ ବିକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶିକ୍ଷକ ଗୋବିନ୍ଦ ସାହୁ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସିଆରସିସି ସଦାନନ୍ଦ ଭୁଏ ଓ ସାଲେଭଟା ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ ମିଳିତ ଭାବରେ ପରିଚାଳନା କରିଥିଲେ । ସାଲେଭଟା କ୍ଲଷ୍ଟର ଅନ୍ତର୍ଗତ ଶିକ୍ଷକ ସୁଶାନ୍ତ କୁମାର ନନ୍ଦ, ଦଶରଥ ପଟେଲ, ନେତ୍ରାନନ୍ଦ ସାହୁ, ଦୟାନନ୍ଦ ସାହୁ, ସୁଧାଂଶୁ ଶେଖର ସାହୁ, ମୁରାରୀଧର ବାବୁ, ନିର୍ମଳା ବାଗ, କୁନ୍ତି ପଧାନ, ଧରିତ୍ରୀ ସାହୁ, ଅଳକା ପଣ୍ଡା, ଗୁରୁବାରୀ ପଧାନ, ପିଙ୍କି କର୍ଣ୍ଣ, ଜାହ୍ନବୀ ପଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.