ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧେକେଲା ଚାନ୍ଦୋତରା ଓ ଭୂର୍ଷାଗୁଡା ଗ୍ରାମ ପଞ୍ଚାୟତ ଗୁଡିକରେ ସେବା ଓ ବିକାଶ ବାହାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ । ବିଡ଼ିଓ ବାସନ୍ତୀ ସେଠୀ, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ସାଂସଦ ପ୍ରତିନିଧି ଅନିଲ ନାଏକ, ବିଧାୟକ ପ୍ରତିନିଧି ଯୌବନ ବାଗ, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ଏପିଓ ଲକ୍ଷ୍ମଣ ବୁଡେକ, ବିପିଏମ ସତ୍ୟପ୍ରିୟ ବେହେରା, ସିନ୍ଧେକେଲା ମଣ୍ଡଳ ବିଜେପି ସଭାପତି ନରେନ୍ଦ୍ର ରଣା, ପୂର୍ବତନ ମଣ୍ଡଳ ସଭାପତି ମୁନିରାମ ନାଗଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ହିତାଧିକାରୀମାନଙ୍କୁ ଭତ୍ତା, ରାସନ କାର୍ଡ ଆଦି ପ୍ରଦାନ କରାଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଏମବିକେ, ସିଆରପି, କଳାକାର ପ୍ରମୁଖଙ୍କ ସହ ଜନସାଧାରଣ ଉପସ୍ଥିତ ଥିଲେ । ସିନ୍ଧେକେଲା ପଞ୍ଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ନରେଶ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ଅଧିକାରୀ କୁଳମଣି ମେହେର, ଚାନ୍ଦୋତରା ପଞ୍ଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ଜିତେନ ବଚ୍ଛା, କାର୍ଯ୍ୟନିର୍ବାହୀ ଅଧିକାରୀ ପୀତବାସ ଜାନୀ, ଭୁର୍ଷାଗୁଡା ପଂଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ପୁଷ୍ପାଞ୍ଜଳି ଛୁରା, କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ ବେହେରା, ସହ ବ୍ଲକ ପ୍ରଶାସନର କର୍ମଚାରୀମାନେ ସହଯୋଗ କରିଥିଲେ । ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

Next Post