ମେଗା ସ୍ୱାସ୍ଥ୍ୟ ଶିବିରର ଉଦ୍‌ଘାଟନ କଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନ୍‌ ଓ ରୋଟାରୀ କ୍ଲବ ତରଫରୁ ଆୟୋଜିତ ଦୁଇ ଦିନିଆ ମେଗା ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ଡିଏନ୍ ରିସର୍ଟ ଠାରେ ଆରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ ସମ୍ମାନିତ ଅତିଥି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନଙ୍କ କରକମଳରେ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା । ଏହି ଉଦ୍‌ଘାଟନୀ ସମାରୋହରେ ଟିଟିଲାଗଡ଼ ରୋଟାରୀ କ୍ଲବ ସଭାପତି ମହେଶ ଇ. ନଦୋରିଆ, ସମ୍ପାଦକ ପ୍ରମୋଦ କୁମାର ପାଲ, ପ୍ରୋଜେକ୍ଟ ଚେୟାରମେନ ଆନନ୍ଦ ଜୈନ, ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନ୍‌ର ଚେୟାରମେନ୍‌ ଜଗଦୀଶ ପ୍ରସାଦ ଶର୍ମା ଓ ରୋଟାରୀ ପାଷ୍ଟ ଡିଷ୍ଟ୍ରିକ୍ଟ୍ ଗଭର୍ଣ୍ଣର ଶ୍ରୀନିବାସ, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ବିନୋଦ ମାରୋ, ମହେଶ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଶିବିରର ମୂଳଲକ୍ଷ ଯାହାକି ମିଶନ ହେଲଦି ବଲାଙ୍ଗିର କ’ଣ ସେ ବିଷୟରେ ଆୟୋଜକ କମିଟି ଆସିଥିବା ଲୋକଙ୍କୁ ଅବଗତ କରାଇଥିଲେ । ସଭା ସରିବା ପରେ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆସିଥିବା ଅତିଥି ମାନେ ଶିବିରରେ ବୁଲି ବୁଲି କଣ କଣ ବ୍ୟବସ୍ଥା ରହିଛି ଦେଖିବା ସହ ବିଧାୟକ ନବୀନ ଜୈନ ଓ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ନିଜର ରକ୍ତଚାପ ପରୀକ୍ଷଣ କରିଥିଲେ । ବହୁତ ଲୋକ ଏହି ଶିବିରକୁ ଆସି ନିଜର ପରୀକ୍ଷଣ କରାଉଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.