କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାମାଙ୍କନ ପତ୍ର ଦାଖଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଏକ ରୋଚକପୂର୍ଣ୍ଣ ଥିଏଟର୍‌ ସଦୃଶ ନିର୍ବାଚନୀ ମଇଦାନର ସ୍ଥଳ ସାନଖେମୁଣ୍ଡି ବିଧାନସଭା ଆସନ ଅଟେ । ଏହି ଆସନରେ ବିଜେଡ଼ି ଏବଂ କଂଗ୍ରେସ ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀଙ୍କ ସୁକନ୍ୟା ରାଜ କୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଯେ’ କି ଧରାକୋଟ ରାଜା ପାହ୍ୟାରେ ସମ୍ମାନୀୟ ଅଧିକାରିଣୀ ଅଟନ୍ତି । ଯୁବ ନେତ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ସାନଖେମୁଣ୍ଡି ବିଧାନସଭା ଆସନରୁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ମଙ୍ଗଳବାର ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଜେନା କଂଗ୍ରେସ ପାର୍ଟି ତରଫରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଯାହାକି, ବିଧାୟକ ରମେଶଚନ୍ଦ୍ର ଜେନା କଂଗ୍ରେସ ପାର୍ଟି ପକ୍ଷରୁ ବିଗତ ଥର ଭଳି ମଙ୍ଗଳବାର ଛତ୍ରପୁର ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ଜେନା ପ୍ରାୟତଃ ୨୦ ହଜାରରୁ ଅଧିକ ଲୋକଙ୍କ ସମାଗମ ନେଇ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗହଳିପୂର୍ଣ୍ଣ କର୍ମୀ ସମାବେଶ ଦେଖିଲେ ତାଙ୍କର ବିପୁଳ ଜନସମର୍ଥନ ଥିବା ସ୍ୱଷ୍ଟ ପ୍ରମାଣ ଭିତ୍ତିକ ପରିଲକ୍ଷିତ କରେ ।

Leave A Reply

Your email address will not be published.