centurian jitm

ପୁତୁଲାତଳେଇରେ କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ : ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କୁ ବହୁ ଭୋଟରେ ବିଜୟୀ ପାଇଁ ଆହ୍ଵାନ

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଅଲଣ୍ଡା ପଞ୍ଚାୟତ ପୁତୁଲାତଳେଇ ଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କଂଗ୍ରେସ କର୍ମୀ ସମ୍ମିଳନୀରେ ପ୍ରଥମେ ମୁଖ୍ୟ ଅତିଥିଙ୍କ ବଜାଗଜାର ତାଳେ ତାଳେ ଫୁଲ ମାଳା ପିନ୍ଧାଇ ସ୍ୱାଗତ କରିଥିଲେ । ଆୟୋଜିତ ସାଧାରଣ ସଭାରେ ବଙ୍ଗୋମୁଣ୍ଡା ବ୍ଲକ କଂଗ୍ରେସ କମିଟିର ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ମାନୀୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଯୁବନେତା ଘାସି ସାହୁ ପ୍ରମୁଖଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟାମାନେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ନୂତନ କର୍ମୀମାନଙ୍କୁ କଂଗ୍ରେସ ପାର୍ଟିର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଶତାଧିକ ବିଜେଡି, ବିଜେପି ପାର୍ଟିର କର୍ମୀମାନେ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ଏଥିରେ ବହୁ ମହିଳା ଓ ପୁରୁଷ କଂଗ୍ରେସ କର୍ମମାନେ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଓ କଂଗ୍ରେର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କୁ ବହୁ ଭୋଟରେ ବିଜୟୀ କରିବା ପାଇଁ ଅତିଥିମାନେ ଆହ୍ଵାନ ଦେଇଥିଲେ ।

Leave A Reply

Your email address will not be published.