ଏପିଶୀଳନ କମ୍ପାନୀ ପୁଣି ଏକ ଜଙ୍ଗଲ ଜମି ବେଆଇନ ଅଧିକାର ଉପରେ ଚିଠି ଲେଖିଲେ ରେଙ୍ଗାଲି ବିଧାୟକ

ରାଉରକେଲା /ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡା ଜିଲ୍ଲା ଶ୍ରିପୁରା ଠାରେ ଥିବା ଏପିଶୀଳନ କମ୍ପାନୀ ପୁଣି ଏକ ଜଙ୍ଗଲ ଜମି ଅଧିକାର କରିଥିବା ନେଇ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପୁର ସମ୍ବଲପୁର ଜିଲ୍ଲାପାଳଙ୍କୁ ଗୁରୁବାର ଚିଠି କରିଛନ୍ତି । ଶ୍ରିପୁରା ଠାରେ ଥିବା ଏପିଶୀଳନ କମ୍ପାନୀ ବେଆଇନ ଜଙ୍ଗଲ ଜମି ଅଧିକାର କରିଥିବା ନେଇ ଶ୍ରିପୁରା ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହିତ କିଛି ଦିନ ହେବ ଉକ୍ତ ଜଙ୍ଗଲ ଜମିକୁ ନିଜେ ମୁକ୍ତି କରି ଲୋକ କଲ୍ୟାଣ କାର୍ଯ୍ୟରେ ଲଗାଇଥିବା ବେଳେ ଏପିଶୀଳନ କମ୍ପାନୀ ପୁଣି ଠେଲକୋଲେଇ ମୌଜାର ଖାତା ନମ୍ବର ୨୧୫, ପ୍ଲଟ ନମ୍ବର ୨୯୪୨, ଏରିଆ ପାଖାପାଖି ୭ ଏକର ଜଙ୍ଗଲ ଜମିକୁ ବେଆଇନ ରାସ୍ତା ଭାବରେ ବ୍ୟବହାର କରୁଛି । ଏହି ଜଙ୍ଗଲ ଜମି ବ୍ୟବହାର ପାଇଁ କମ୍ପାନୀ କୌଣସି ପ୍ରକାର ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ମଧ୍ୟ ନ ନେଇ ବ୍ୟବହାର କରୁଛି । ଏହା ସହିତ ଉକ୍ତ ଜଙ୍ଗଲ ଜମିରେ ଥିବା ବହୁ ସଂଖ୍ୟାରେ ମୂଲ୍ୟବାନ ଗଛ ଗୁଡିକୁ କମ୍ପାନୀ ନଷ୍ଟ କରି ସାରିଛି । ଏହି ଘଟଣାର ସରାଜମିନ ତଦନ୍ତ ସହିତ ଜଙ୍ଗଲ ଜମିର ସୁରକ୍ଷା, ଜଙ୍ଗଲ ସଂରକ୍ଷଣକୁ ପ୍ରାଧାନ୍ୟ ଦେବା ସହିତ କମ୍ପାନୀ କବଳରୁ ଜଙ୍ଗଲ ଜମିକୁ ମୁକ୍ତ କରି କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ତାଙ୍କ ଚିଠି ନମ୍ବର ୧୭/ଆର /ସିଡିଏମ /୨୫/୮/୨୬ରେ ଅଭିଯୋଗ କରିବା ସହିତ ଅବଗତ କରାଇଛନ୍ତି । ଏନେଇ ଏପିଶୀଳନ କମ୍ପାନୀର ମୁଖ୍ୟ ରାକେଶ ମୋହନଙ୍କୁ ପଚାରିବାରୁ ଏ ବିଷୟରେ କୌଣସି ମତାମତ ଦେବାକୁ ମନା କରିଥିଲେ ।

Leave A Reply

Your email address will not be published.