ଢେଙ୍କାନାଳରେ କଣ୍ଟେନରରୁ ବିଦେଶୀ ମଦ ଜବତ ଘଟଣା : ଗିରଫ ସଂଖ୍ୟା ୫କୁ ବୃଦ୍ଧି

ଢେଙ୍କାନାଳ, (ତାପସ ଦାସ) : ମଦ ବୋଝେଇ କଣ୍ଟେନର ସହ ୫୦ ଲକ୍ଷ ଟଙ୍କାର ମଦ ଜବତ ଘଟଣାରେ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଢେଙ୍କାନାଳ ପୋଲିସ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲାର ଜଗମୋହନ ସାହୁଙ୍କ ମଦ ଭର୍ତି ଟ୍ରକ ଜବତ ଘଟଣାରେ ଆଉ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ସେ ଅରୁଣାଚଳ ପ୍ରଦେଶରୁ ମଦ ଆଣି ଓଡ଼ିଶାରେ ବିକ୍ରି କରୁଥିବା ବେଳେ ଭୁବନେଶ୍ୱର ନୂଆଁଗାଁ ଅଞ୍ଚଳର ମଦ ଗୋଦାମ ସିଜ କରି ନଗଦ ୯ ଲକ୍ଷ ଟଙ୍କା ଜବତ କଲା ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ । ସେପଟେ ମଦ ଟଙ୍କାରେ ଭୁବନେଶ୍ୱର ନୂଆଁଗାଁରେ ଏକ ବିରାଟ ଘର କରିଥିଲା ମାଫିଆ, ଯାହା ତଦନ୍ତ ବେଳେ ସାମ୍ନାକୁ ଆସିଛି, ଢେଙ୍କାନାଳରେ ପୁଣି ଆଜି ଆଉ ଦୁଇ ଜଣ ସେଇ ମଦ କେସରେ ପୋଲିସ ଆରେଷ୍ଟ କରିଛି ।

Leave A Reply

Your email address will not be published.