oom

ବରିଷ୍ଠ ଶିକ୍ଷୟିତ୍ରୀ ଆଶିଆ ବିବିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ଶିକ୍ଷୟିତ୍ରୀ ଆଶିଆ ବିବିଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପାଇକମାଲ ଶିକ୍ଷକ ସଂଘ ସଂପାଦକ ମହାଦେବ ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ, ମୁଖ୍ୟବକ୍ତା ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁବେର ରଣା, ନିମନ୍ତ୍ରିତ ଅତିଥି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ବାରିକ, ଶିବ ପ୍ରସାଦ ଯୋଶୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାରିକ ଅବସର ନେଉଥିବା ଶିକ୍ଷୟିତ୍ରୀ ଆଶିଆ ବିବିଙ୍କୁ ତାଙ୍କର ସମସ୍ତ ଆର୍ଥିକ ପାଉଣା ପ୍ରଦାନ କରିଥିଲେ । ସମସ୍ତ ଅତିଥି ଗଣ ତାଙ୍କର ଚଲାପଥ କୁସୁମିତ ହେଉ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ବରତୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସୁନା ମାନପତ୍ର ପ୍ରଦାନ କରିଥିଲେ । ଏଥିରେ ବ୍ରଜ କିଶୋର ଜେନା, ବିଜୟ ସ୍ୱାଇଁ, ଅଶୋକ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସହଦେବ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.