oom

ପ୍ରଧାନଶିକ୍ଷୟତ୍ରୀ ଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା

jsmm

କର୍ଲାମୁଣ୍ଡା, (କେପିଏନ୍‌ଏସ୍‌) : କର୍ଲାମୁଣ୍ଡା ବ୍ଲକ ତେରେସିଂହା ପଞ୍ଚାୟତର ବିନ୍ଧାଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ସାହୁ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ପରିଚାଳନା ସମିତି ସଭାପତି ଗିରିଧାରୀ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିମାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରୋହିତ ରଣା, ତେରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡଧ୍ୱଜ ଗହୀର ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ବିଇଓ ବିଜୟ ପୁରୋହିତ, ଅବସରପ୍ରାପ୍ତ ଏବିଇଓ ହୃଷିକେଶ ସାହୁ, କର୍ଲାମୁଣ୍ଡା ଏବିଇଓ ଗୋପମଣି ସାହୁ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ, ମୁରଲୀଧର ରଣା, ଲୋକନାଥ ଗହୀର, ଡମ୍ବରୁଧର ହରପାଲ ତଥା ସରପଞ୍ଚ ପ୍ରମୋଦ ସୁନା ଯୋଗଦେଇ ଶ୍ରମତୀ ସାହୁଙ୍କ ଆଦର୍ଶ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ପ୍ରତି ଆଦର, ନିଷ୍ଠାବାନ ଓ ସମୟାନୁବର୍ତ୍ତିତାକୁ ଭୂୟସୀ ପ୍ରଶଂସା କରିଥିଲେ । ରେଙ୍ଗାଲି ସିଆରସିସି ଉଜ୍ଜଳ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଟିକେଶ୍ୱର ଗହୀର ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା ସମିତିର ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.