ବରଗଡ଼ ଜିଲ୍ଲା କାରାଗାରରେ ଥିବା ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବରଗଡ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା କାରାଗାରରେ ଥିବା ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଜଣକ ପାଇକମାଲ ବ୍ଲକ ଅନ୍ତର୍ଗତ ପ୍ରକାଶପୁର ଗ୍ରାମର ୨୬ ବର୍ଷୀୟ ଯୁବକ ମନୋଜ ପାଇକ ହୋଇଥିବା ଜିଲ୍ଲା କାରାଗାରର ଜେଲ୍‌ର ସୂଚନା ଦେଇଛନ୍ତି । ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗତ ୬ ତାରିଖ ଦିନ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । କିନ୍ତୁ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା । ଜିଲ୍ଲା ଦୌରାଜର୍ଜଙ୍କ ଠାରେ ହାଜର ହେବାକୁ ଥିବା ବେଳେ ଦେହ ଅସୁସ୍ଥତା ଯୋଗୁଁ ସମୟ ମାଗିଥିଲେ । ତେବେ ଜେଲ୍‌ ହାଜତ ଭିତରେ ମନୋଜଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ବରଗଡ଼ ଟାଉନ୍‌ ସ୍ଥିତ ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ମାତ୍ର ଡାକ୍ତର ସେଠାରେ ମନୋଜଙ୍କୁ ମୃତ ଘୋଷଣା କରିଥିଲେ । ମନୋଜଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ଜେଲ୍‌ର ସଲମାନ କୁଜୁର ନିଜ ପ୍ରତିକ୍ରିୟାରେ ଜଣାଇଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.