ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଜଣାଶୁଣା ଯୁବ ସଙ୍ଗଠକ ବିଭୁ ପ୍ରସାଦ ଦୋରାଙ୍କ (୪୬)ରବିବାର ରାତ୍ର ୧୧ଟା ୧୫ ମିନିଟରେ ହୃଦଘାତରେ ପରଲୋକ ହୋଇଯାଇଛି । ପରିବାର ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଓ ଶୁଭେଚ୍ଛୁ ମାନେ ତୁରନ୍ତ ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ପରେ ସହରରେ ଶୋକର ଛାୟା ଖେଳିଯାଇଛି । ସୋମବାର ସକାଳେ ମର ଶରୀରକୁ ରୁଗୁଡିପଡା ଦୁର୍ଗା ମଣ୍ଡପ ଠାରେ କିଛି ସମୟ ପର୍ଯ୍ୟନ୍ତ ରଖାଯାଇଥିଲା । ଦୁର୍ଗା ମଣ୍ଡପର କର୍ମକର୍ତା ଓ ସଦସ୍ୟ ମାନେ ଶେଷ ଦର୍ଶନ କରି ଶବାଧାରରେ ସାମିଲ ହୋଇଥିଲେ । ସ୍ଥାନୀୟ ବିଭୁତି ପଡା ଶ୍ମଶାନ ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବିଭୁଙ୍କ ବଡଭାଇ ଶମ୍ଭୁପ୍ରସାଦ ମୁଖାଗ୍ନି ଦେଇଥିଲେ । ସ୍ଵର୍ଗତ ବିଭୁପରିବାରେ ବାପା ବେଣୁଧର ଦୋରା, ମାଆ ଜନକ, ଧର୍ମପତ୍ନୀ ଶାରଦା, ଭଉଣୀ ସସ୍ମିତା, ପିଙ୍କି, ଆଲ୍ଲାଦିନୀ, ଚୁମକି ପ୍ରମୁଖଙ୍କୁ ଛାଡି ଯାଇଛନ୍ତି । ଶ୍ମଶାନରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏକତ୍ରିତ ହୋଇ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।