oom

ବିବେକାନନ୍ଦ ପବ୍ଲିକ ସ୍କୁଲର ନୂତନ କୋଠା ଉଦ୍‌ଘାଟିତ

jsmm

ମ,ରାମପୁର, (ହେମନ୍ତ ସାହୁ) : ମ,ରାମପୁର ରାମକୃଷ୍ଣ ଆଶ୍ରମସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲର ନୂତନ କୋଠାର ପ୍ରଥମ ଓ ଦ୍ୱିତୀୟ ଫ୍ଲୋରର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଆଶ୍ରମର ସମ୍ପାଦକ ଆଶୋକା ନନ୍ଦ ମହାରାଜଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସମ୍ମାନିତ ଅତିଥିଭାବେ ଜିଏମ୍ ଏନ୍‌ଟିପିସି ଲିମିଟେଡ ରଜନୀସ ରସ୍ତୋଗି, ସ୍ୱାମୀ ବିରେଶା ନନ୍ଦ, ସ୍ୱାମୀ ସୁକଦେବାନନ୍ଦ ଜି ମହାରାଜ, ପ୍ରିନ୍ସିପାଲ ସୁରେନ୍ଦ୍ର ମହାଖୁଡ଼ ଆଦି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଦିଲୀପ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷକ ସୁରଜ୍ କୁମାର ପୁରୋହିତ ଧନ୍ୟବାଦ୍ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଘୁମୁରା, ସଙ୍ଗୀତ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ସହକର୍ମୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.