oom

ବେଲପଦର ଗ୍ରାମରେ ୫ମ ସ୍ୱାମୀ ବିବେକାନନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସର୍ଗିପଡ଼ାକୁ ହରାଇ ଆୟୋଜକ ବେଲପଦର ଚମ୍ପିୟାନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ବେଲପଦର ଗ୍ରାମଠାରେ ପଞ୍ଚମ ବର୍ଷ ସ୍ୱାମୀ ବିବେକାନନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍‌ ବେଲପଦର କ୍ରିକେଟ ଦଳ ବିପକ୍ଷରେ ସର୍ଗିପଡା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ଗିପଡ଼ାକୁ ହରାଇ ଆୟୋଜକ ବେଲପଦର ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଏହି ଫାଇନାଲ୍‌ ମ୍ୟାଚ୍‌ରେ ମୁଖ୍ୟ ଅତିଥି ରୂପେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଶ୍ରୀ ହଂସରାଜ ଜୈନ, ସମ୍ମାନିତ ଅତିଥି ସ୍ୱତନ୍ତ୍ର ବିକାଶ ପରିଷଦ ବଲାଙ୍ଗିର ଉପାଧ୍ୟକ୍ଷା ନିରୁପମା ମାଝୀ, ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ ବ୍ଲକ ଅଧ୍ୟାକ୍ଷା ଲଳିତା ଦେବୀ ଜୈନ, ଅନ୍ୟତମ ଅତିଥି ଅବସରପ୍ରାପ୍ତ ସେନା ଅଧିକାରୀ ଧନେଶ୍ୱର ମାଝୀ, ଅନ୍ୟତମ ଅତିଥି ସରପଞ୍ଚ ପ୍ରତିନିଧି ଲମ୍ବୋଦର ବଗର୍ତ୍ତୀ ଯୋଗଦାନ କରି ବିଜୟୀ ଦଳକୁ ଟ୍ରଫି ସହିତ ନଗଦ ଅର୍ଥ ପ୍ରଦାନ କରିଥିଲେ । ଆୟୋଜକ ଦଳ ସମସ୍ତ ଅତିଥିମାନଙ୍କୁ ପ୍ରଶଂସା ପତ୍ର ସହିତ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ତପନ ଦୀପ, ଲଳିତ କଟା, ମିତ୍ର ଦୀପ, ମୋତି ପୁଟେଲ, ପାର୍ଥ ପ୍ରଧାନୀ, ପିଙ୍କି ଖରସେଲ, ଦୈତାରୀ ଭୋଇ, ବିଷ୍ଣୁ ଯୁଏଡ, ପୁରୁସ୍ତମ ବନଛୋର, ସମୀର ନାଗ, ନେତ୍ର ଦୀପ, ପିଣ୍ଟୁ ଦୀପ, ବିକାଶ ଦୀପ ସହିତ ବହୁ କର୍ମକର୍ତ୍ତା ଉକ୍ତ ଫାଇନାଲ୍‌ ମ୍ୟାଚ୍‌ରେ ସ୍ଵାମୀ ବିବେକାନନ୍ଦ କ୍ରିକେଟ କ୍ଲବ୍ ବେଲପଦରର ସମସ୍ତ କର୍ମକର୍ତ୍ତାଙ୍କ ସହିତ ଗ୍ରାମବାସୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.