oom

ଆରୁହାବୃତ୍ତି ନଂ-୧ ଗ୍ରାମରେ ନୂତନ ଶିବମନ୍ଦିର ନିର୍ମାଣର ଭୂମିପୂଜା

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଆରୁହାବୃତ୍ତି ନଂ- ୧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମର ସଭାପତି ତଥା ସମାଜସେବୀ ଅଶ୍ୱିନୀ କୁମାର ଦତ୍ତ, ଟୁଟୁ ପ୍ରଧାନ, ନଗେନ୍ଦ୍ର ପାତ୍ର, ସୁଧାଂଶୁ ମିସ୍ତ୍ରୀଙ୍କ ପ୍ରଚେଷ୍ଠାରେ ଭବ୍ୟ ନୂତନ ଶିବମନ୍ଦିର ନିର୍ମାଣ କାର୍ଯ୍ୟ କରିବା ପାଇଁ ଭୂମି ପୂଜନ ବ୍ରାହ୍ମଣଙ୍କ ଦ୍ୱାରା ମନ୍ତ୍ରପାଠ, ପୂଜା ଅର୍ଚ୍ଚନା କରି ରୀତି ନୀତି ଅନୁଯାୟୀ ଶୁଭାନୁକୂଳ କରାଯାଇଛି । ଏଥିରେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରବୀର ଗିରି, ୩୦ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଗିରିଶ ଚନ୍ଦ୍ର ଦତ୍ତ, ଆଇନଜୀବୀ ରାଜକିଶୋର ଜେନା, ସମାଜସେବୀ ଯୋଗେନ୍ଦ୍ର ନାଥ ପାଳ, ରାମଚନ୍ଦ୍ର ଜେନା ପ୍ରମୁଖ ଯୋଗଦେବା ସହ ନଡ଼ିଆ ଭାଙ୍ଗି ଶିବଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଉକ୍ତ କାର୍ଯ୍ୟରେ ଗ୍ରାମବାସୀ ଏବଂ ଶତାଧିକ ମହିଳା ଯୋଗଦେଇ ଝାଲି, ଘଣ୍ଟ, ଶଂଖ ହୁଳୁହୁଳି ଓ ବାଦ୍ୟର ତାଳେ ତାଳେ ଭକ୍ତି ରସରେ ରସାଣିତ ହୋଇ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟରେ ମଜ୍ଜି ରହିଥିଲେ ।

jittmm
Leave A Reply

Your email address will not be published.