ପୂର୍ବ ଶତୃତାକୁ ନେଇ ଭୁଜାଲି ମାଡ଼ : ଜଣେ ଗୁରୁତର, ଦୁଇ ଆହତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଚିଙ୍ଗେରବନ୍ଦ ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଭୁଜାଲି ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଅନ୍ୟଦୁଇ ଜଣ ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେବେ କ’ଣ ପାଇଁ ଭୁଜାଲି ମାଡ଼ ହେଲା କାରଣ କ’ଣ ତାହା ଏବେ ବି ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏପରି ହୋଇଥିବା ନେଇ ପୁଲିସ ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଚିଙ୍ଗେରବନ୍ଦ ଗାଁର ପଙ୍କଜ ବାଗ ପୂର୍ବ ଶତୃତାକୁ କେନ୍ଦ୍ର କରି ଗାଁର ନିର୍ମଳ ବାଗଙ୍କୁ ଅଶ୍ଲୀଳ ଭାଷାରେ ଗାଲି ଗୁଲଜ କରିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ପଙ୍କଜ ଧରିଥିବା ଏକ ଧରୁଆ ଅସ୍ତ୍ରରେ ନିର୍ମଳ ବାଗଙ୍କ ମୁଣ୍ଡରେ ବାରମ୍ବାର ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିଦେଇଥିଲା । ଏହି ସମୟରେ ନିର୍ମଳ ଜୀବନ ବଞ୍ଚାଇବାକୁ ହୋ ହାଲ୍ଲା କରିବାରୁ କାକା ମହେଶ୍ୱର ଦୌଡ଼ି ଆସି ଦେଖିବା ବେଳେକୁ ତାଙ୍କୁ ମଧ୍ୟ୍ୟ ଭୁଜାଲିରେ ଆକ୍ରମଣ ହୋଇଥିବା ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଛି । ଏନେଇ କାହାରି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ନିର୍ମଳଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ପାଟଣାଗଡ଼ରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

Leave A Reply

Your email address will not be published.