centurian jitm

ରକ୍ତମୁଖା ସ୍ୱମୀ ନିଜ ସ୍ତ୍ରୀଙ୍କୁ ଭୁଜାଲିରେ ହାଣିଲା : ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି

nschool
  • ଯୈ।ତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପରିବାର ଲୋକେ ଥାନାରେ ଏତଲା

ପାଟଣାଗଡ଼, (ଗୋରେଖନାଥ ବରିହା) : ନିଜ ଧର୍ମପତ୍ନୀଙ୍କୁ ଅତି ନୃଶଂସ ଭାବେ ହାଣିଛି ରକ୍ତମୁଖା ସ୍ଵାମୀ । ପତ୍ନୀଙ୍କ ସହ କୌଣସି କଥା ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ସ୍ଵାମୀ ଉତ୍ୟକ୍ତ ହୋଇ ଭୂଜାଲିରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ଭୀମ ଭୋଇ ମେଡିକାଲ ସ୍ଥାନାନ୍ତରିତ କରାଯାଇଥି ।ା ବେଳେ ମଧ୍ୟ ତାଙ୍କର ସ୍ୱସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ରହିଥିବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମହିଳା ଫଗୁଣି ବରିହା (୨୫)ଙ୍କ ମୁଣ୍ଡ ଓ ହାତରେ ଭୁଜାଲି ଚୋଟରେ ଗଭୀର ଆଘାତ ଆହତ ଦୁଇ ହାତ ଛିଡି ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୁଚନା ଅନୁସାରେ ପାଟଣାଗଡ଼ ଥାନା ବନାଇମୁଣ୍ଡା ଗ୍ରାମ ସ୍ଵର୍ଗତ ମେଘ ବରିହାଙ୍କ ପୁଅ ଟିକେଶ୍ଵର ବରିହା (୨୮) ଖପ୍ରାଖୋଲ ଥାନା କେଛୋବାହାଲ ଗ୍ରାମର‌ ବ୍ରଜମୋହନ ବରିହାଙ୍କ ଝିଅ ଫଗୁଣି ବରିହା (୨୫)ଙ୍କୁ ଗତ ୨୦୧୪ ମସିହାରେ ସାମାଜିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ବିବାହ କିଛି ମାସ ଗଲା ପରେ ଟିକେଶ୍ଵର ଯୈାତୁକ ବାବଦକୁ ଗୋଟିଏ ପଲସର୍‌ ମୋଟରସାଇକେଲ ଦାବି କରି ଶାରୀରିକ ଓ ମାନସିକ ନିର୍ୟାତନା ଦେଇଥିବା ଆହତ ମହିଳାଙ୍କ ଭାଇ କୁଲଦେବ ବରିହା ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଏତଲା ଦର୍ଶାଇଛନ୍ତି । ଗତ ୧୪.୧.୨୦୨୨ ଶନିବାର ରାତି ସ୍ଵାମୀ ସ୍ତ୍ରୀ ଦୁହେଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଟିକେଶ୍ଵର ଫଗୁଣୀଙ୍କୁ ମାଡ଼ ମାରିଥିବା ନେଇ ଫଗୁଣୀ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ବୋଲି ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି । ଖବର ପାଇ ମହିଳାଙ୍କ ନିଜ ଭାଇ କୁଳଦେବ ବଣାଇମୁଣ୍ଡାକୁ ଆସିଥିଲେ । କୁଳଦେବ ତାଙ୍କ ବଡ଼ ଭଉଣୀ ଫଗୁଣୀଙ୍କୁ ନିଜ ଗାଁ କେଛୋବାହାଲ ନେଇ ଯିବାକୁ କହିଥିଲେ । ଟିକେଶ୍ଵର ନିଜ ଶଳା କୁଳଦେବଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ କୁଳଦେବ ଦେହ ଉପରକୁ ଭୁଜାଲି ମାରିଥିଲେ । କୁଳଦେବଙ୍କ ହାତ ବାଜିଥିଲା । ନିଜ ଭାଇଙ୍କୁ ହାଣିବାକୁ ଉଦ୍ୟମ କରୁଥିବା ଦେଖି ଫଗୁଣୀ ଛଡ଼ାଇବାରୁ ଟିକେଶ୍ଵର ଉତ୍ୟକ୍ତ ହୋଇ ଭୁଜାଲିରେ ଫଗୁଣୀଙ୍କ ମୁଣ୍ଡ ଓ ହାତରେ ବାରମ୍ବାର ଚୋଟ ମାରି ଟିକେଶ୍ଵର ଫେରାର ହୋଇଯାଇଥିଲା । ଫୁଗୁଣୀଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଅନ୍ୟଲୋକଙ୍କ ସହ ଭାଇ କୁଳଦେବ ପାଟଣାଗଡ଼ ଡ଼ାକ୍ତରଖାନାକୁ ନେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ଭୀମ ଭୋଇ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ମଧ୍ୟ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ ହାତକୁ ସର୍ଜରୀ କରିବାକୁ ପଡ଼ିବ ବୋଲି ପରିବାର ଲୋକଙ୍କ ଠାରୁ ଜଣାପଡିଛି । ଟିକେଶ୍ଵରଙ୍କ ଦୁଇ ସନ୍ତାନ ପୁଅ ଲିପୁନ( ୬) ଓ ୩ ବର୍ଷର ଝିଅ ସରସ୍ଵତୀ ଅଛନ୍ତି । ଫଗୁଣୀଙ୍କ ଭାଇ କୁଳଦେବ ପାଟଣାଗଡ଼ ଥାନାରେ ଟିକେଶ୍ଵରର ଏଭଳି ନୃଶଂସ କାଣ୍ଡ ବିରୋଧରେ ଏତଲା ଦେଇଛନ୍ତି । ପାଟଣାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି ।

Leave A Reply

Your email address will not be published.