om academy

ଭେଣ୍ଡିଙ୍ଗ ଜୋନ୍ ଅଗ୍ନିକାଣ୍ଡ ଘଟଣାର ବିପନ୍ନ ମାନଙ୍କୁ ଭୁବନେଶ୍ୱର ସାଂସଦଙ୍କ ସହାୟତା

jsm

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ରାଜଧାନୀ ସ୍ଥିତ ପଳାଶପଲ୍ଲୀ ଠାରେ ଭୟଙ୍କର ଅଗ୍ନିକାଣ୍ଡ ଜନିତ ନିଜର ଜୀବିକା ହରାଇଥିବା ବ୍ୟକ୍ତିବର୍ଗଙ୍କୁ ଭେଟି ଆଶ୍ୱାସନା ଦେଇ ସମସ୍ୟା ସମ୍ପର୍କରେ ବୁଝିଥିଲେ । ସାଂସଦ ଶ୍ରୀମତୀ ସବୁ ଦିଗରୁ ଅବଗତ ହେବା ସହ ବିପନ୍ନ ମାନଙ୍କୁ ସାନ୍ତ୍ୱନା ମୂଳକ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଗାମୀ ଦିନରେ ପ୍ରଶାସନ ସହ ଯୋଗାଯୋଗ କରି ସମସ୍ୟା ସମାଧାନ ଦିଗରେ ପ୍ରୟାସ କରିବେ ବୋଲି ସାଂସଦ ଶ୍ରୀମତୀ ଷଡଙ୍ଗୀ ମହୋଦୟା ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.