ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ରାଧା ମାଧବ ଭବବତ ମନ୍ଦିରରେ ମହାସମାରୋହରେ ପାଳିତ ହୋଇ ଯାଇଛି ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ । ଏହି ଅବସରରେ ପ୍ରଭୁ ରାଧାକୃଷ୍ଣଙ୍କ ଠାରେ ୧୦୮ ପ୍ରକାର ସୁସ୍ଵାଦୁ ଭୋଗ ଅର୍ପଣ କରାଯାଇଥିଲା । ପୂଜକ ବାସୁଦେବ ଶତପଥୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ସୂର୍ଯ୍ୟ ନାରାୟଣ ଦାଶ, ବ୍ରଜ ଗୋପାଳ ପୁଝାରୀ, ରାଧେ ଶ୍ୟାମ ପୂଜାରୀ, ଗୋପାଳ ପଣ୍ଡା, ତାରା ଭୂଷଣ ସାହୁ, ମୈଥିଲି ସାହୁ, ରାମ ମେହେର, ପ୍ରଫୁଲ୍ଲ ନାଏକ, ବାଣା ନାଏକ, ପରମ ଯୁଗୁନିଆ ସହଯୋଗ କରିଥିଲେ । ଘୋଡ଼ାଘାଟପଡାର ଶହ ଶହ ଭକ୍ତ ଏହି ଉତ୍ସବରେ ସାମିଲ ହୋଇ ପ୍ରଭୁ କୃପା ଲାଭ କରିଥିଲେ । ପ୍ରକାଶ ଥାଉ କି ଯେ ଦୀର୍ଘ ୧୨ ବର୍ଷ ଧରି ଭାଗବତ ମନ୍ଦିରରେ ଏହି ଉତ୍ସବ ପାଳନ କରି ଆସୁଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି ।