oom

ବିଧାୟକଙ୍କ ଦ୍ୱାରା ଋଷିକୂଲ୍ୟା ନଦୀବନ୍ଧର ଭିତ୍ତିପ୍ରସ୍ତର ସ୍ଥାପନ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ପ୍ରବାହିତ ପୁଣ୍ୟାତୟ ଋଷିକୁଲ୍ୟା ନଦୀ ବ୍ରିଜ ନିକଟସ୍ଥ ନଦୀବନ୍ଧ ନିର୍ମାଣ ପାଇଁ ଦୀର୍ଘ ୩ ବର୍ଷ ହେବ ସହରବାସୀଙ୍କ ପକ୍ଷରୁ ଦାବୀ ହୋଇ ଆସୁଥିଲା । ୩ ବର୍ଷର ଏକାନ୍ତ ପରିଶ୍ରମ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ରବିବାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରି ଗଞ୍ଜାମବସୀଙ୍କୁ ଭେଟି ଦେଇଛନ୍ତି । ୧ କୋଟି ୭୭ ଲକ୍ଷ ୬୩ ହଜାର ୨୩୯ ଟଙ୍କା ବ୍ୟୟ ଅଟକଳ ଟଙ୍କାରେ ୮୪୦ ମିଟର ଲମ୍ବ ଏକ ପଥର ବାଜ ବନ୍ଧ ନିର୍ମାଣ ହେବ । ଏହି ପଥର ବାଜ ବନ୍ଧ ନିର୍ମାଣ ହେବା ଦ୍ୱାରା ବିଶେଷ କରି ଦାମୋଦରପୁର, କାଇଁଚପୁର, କଲ୍ୟାଣପୁର ଗ୍ରାମର ଲୋକେ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇପାରିବେ । ସୂଚନା ଯୋଗ୍ୟ ଯେ, ପ୍ରତି ବର୍ଷ ଋଷିକୂଲ୍ୟା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ କାଇଁଚପୁର, କଲ୍ୟାଣପୁର, ଦାମେଦରପୁର ଗ୍ରାମର ନଦୀ ବନ୍ଧ ନଥିବାରୁ ବନ୍ୟା ପାଣି ଗ୍ରାମ ମଧ୍ୟକୁ ଯିବା ଫଳରେ ଗ୍ରାମବସୀ ଭୟଭୀତ ହୋଇ ଜୀବନ ଯାପନ କରୁଥିଲେ । ଏହି ଭିତ୍ତିପ୍ରସ୍ତର ନିର୍ମାଣ ହେବାର ଶୁଣିଲା ପରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଜଳସେଚନ ବିଭାଗର ଆସିଷ୍ଟାଣ୍ଡ ଏଜୁକେଟିଭ ଇଂଜିନିୟର ଅଜିତ କୁମାର ପ୍ରଧାନ, ଏ.ଇ. ଛତ୍ରପୁର ନଳିନୀ କାନ୍ତ ପଣ୍ଡା, ଜେ.ଇ. ହୁମା ରବୀନ୍ଦ୍ର ନାଥ ନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ, ଏନଏସି ଯୁବନେତା ସୁଧିର କୁମାର ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକ, ବିସିସି ବ୍ୟାଙ୍କ ୪ ନମ୍ବର ଜୋନ ସଭାପତି ଚନ୍ଦ୍ର ଶେଖର ନାୟକ, କାଉନ୍‌ସିଲର ପି. ମୋହନ ରେଡି, କେଶବ ରେଡି, କାଉନ୍‌ସିଲର ଚନ୍ଦ୍ର ଶେଖର ରେଡି, ରିତାଦେବୀ ମହାରଣା, ଯୁବନେତା ଜିତୁ ପଣ୍ଡା, ମଦନ ପାଢ଼ୀ, ପୂର୍ବତନ ଅଧ୍ୟକ୍ଷ ରଘୁ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.