ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

  • ଭିନ୍ନକ୍ଷମ ସାଧାରଣ ନୁହଁନ୍ତି, ସେମାନେ ଅସାଧାରଣ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ନୂତନ ଟାଉନ୍‌ ହଲ୍‌ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଦିବସ ପାଳନ ଅବସରରେ ଆଜି ସକାଳ ୭ ଘଣ୍ଟା ସମୟରେ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ସମେତ ଭିନ୍ନକ୍ଷମ ବିଦ୍ୟାଳୟ ଛାତ୍ରଛାତ୍ରୀ ଏନ୍‌ସିସି କ୍ୟାଡେଟ୍‌ ତଥା ବିଭିନ୍ନସ୍ୱେଚ୍ଛାସେେବୀ ଅନୁଷ୍ଠାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ରୋୟାଲ୍‌ ପଡିଆରୁ ବାହାରି ନୂତନ ଟାଉନ୍‌ ହଲ୍‌ଠାରେ ପହଂଚି ଥିଲା । ଆୟୋଜିତ ପଦଯାତ୍ରାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ । ସଚେତନତା ପଦଯାତ୍ରା ପରେ ସକାଳ ୯ ଘଣ୍ଟା ସମୟରେ ରାମେଶ୍ୱର ଷ୍ଟାଡିୟମ୍‌ ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ପରେ ପରେ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସଂସ୍କୃତି ଭବନଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ । ବିମଳେନ୍ଦୁ ରାୟ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବାବେଳେ, ସମ୍ମାନିତ ଅତିଥିଭାବେ ସଚିବ ଜିଲ୍ଳା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ କୁମୁଦିନୀ ମୁଦୁଲି, ଉପଜିଲ୍ଲାପାଳ ସୋନପୁର ଡ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର , ଏଡିଏମୋ ଡ.ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ଭିନ୍ନକ୍ଷମ ବ୍ୟକ୍ତି କେବେବି ସାଧାରଣ ନୁହଁନ୍ତି ବରଂ ସେମାନେ ଜଣେ ଜଣେ ଅସାଧାରଣ । ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଆମ ସମସ୍ତଙ୍କ ଗୁରୁଦାୟିତ୍ୱ ରହିଛି ଏଣୁ ଆମେ ସମସ୍ତେ ନିଜ ନିଜର ସ୍ତରରେ ସର୍ବୋପରି ସେମାନଙ୍କୁ ସ୍ନେହ ଶ୍ରଦ୍ଧା ତଥା ଆତ୍ମୀୟତାର ସହ ଆପଣେଇବାକୁ ଗୁରୁତ୍ୱାରୋପ କରିଛନ୍ତି ଅତିଥି ବୃନ୍ଦ । ଅତିଥିମାନେ ସଭାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ରହିଥିବା ସରକାରୀ ଵିଧି ବ୍ୟବସ୍ଥା, ଅଧିକାର ତଥା ବିଭିନ୍ନ ଜନ ହିତକାରୀ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ସେମାନଙ୍କୁ ଉଚିତ୍‌ ସମ୍ମାନ ଓ ଭାଗିଦାରୀ ସହ ତାଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ମତବ୍ୟକ୍ତ କରିଛନ୍ତି ଅତିଥି ବୃନ୍ଦ । ଏହି ଅବସରରେ ଦୁଇଟି ଦମ୍ପତ୍ତିଙ୍କୁ ୨,୫୦,୦୦୦ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ ରାଶି, ୨ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା, ୨ ଜଣଙ୍କୁ ହୁଇଲ୍‌ ଚେୟାର୍‌, ୨ ଜଣଙ୍କୁ ଟ୍ରାଇସାଇକଲ ଓ ଗୋଟିଏ କିନ୍ନର ସ୍‌ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦,୦୦୦ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଏତଦ୍‌ ସହିତ ଭିନ୍ନକ୍ଷମ ବିଦ୍ୟାଳୟ ଏବଂ ଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପଦଯାତ୍ରା ସହ ବିଭିନ୍ନ ପ୍ରତିଯୋଗିତାର ୩୦ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ତାଙ୍କର କୃତିତ୍ୱ ନିମନ୍ତେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପୁନଶ୍ଚ ରାଜ୍ୟ ତଥା ଜାତୀୟସ୍ତରରେ କୃତିତ୍ଵ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପୁରସ୍କାର ପ୍ରଦାନ ଉତ୍ସବ ପରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା ନୂତନ ବର୍ଷ ଉପଲକ୍ଷେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୨୦,୦୦୦ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଏହି ଅବସରରେ ଡିଷ୍ଟ୍ରିକ୍ଟ ହେଣ୍ଡିକେପଡ୍‌ ୱେଲ୍‌ଫେୟର ସ୍କୁଲ, ସୋନପୁର, ବ୍ଲାଇଣ୍ଡ୍‌ ଏଣ୍ଡ୍‌ ଡିଫ୍‌-ଡମ୍ବ୍‌ ସ୍କୁଲ, ତରଭା, ଏନ୍‌ଆର୍‌ଡିସି, ସ୍ପେଶାଲ୍‌ ସ୍କୁଲ ସୋନପୁର, ହ୍ୟାପି ହାଣ୍ଡ୍‌ ସ୍କୁଲ ଫର୍‌ଡିଫ୍‌, ଚଢେଇପଙ୍କ ରେଆର୍‌ ସୋନପୁରର ଛାତ୍ରଛାତ୍ରୀ ଏବଂ ଅଭିଭାବକ ସଂଘ ତଥା ବିଭିନ୍ନ ସଂଗଠନର କର୍ମକତ୍‌ର୍ତ୍ତେ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ଶ୍ରୀ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସମାରୋହ ସଭାରେ ପ୍ରଭାସ କୁମାର କର୍ଣ୍ଣ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ତରଭା ସଭା ପରିଚାଳନା କରିଥିବା ବେଳେ ସଭା ଶେଷରେ ଉଲୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ ଭୂଷଣ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁରର କର୍ମକର୍ତ୍ତା ରାକେଶ କୁମାର ମିଶ୍ର, ଜନ୍ମେଜୟ ମହାକୁର, ଉମାକାନ୍ତ ହୋତା, ସମୀକ୍ଷା ପୁରୋହିତ, ସୋନିଆ ବରିହା, ଗୁପ୍ତେଶ୍ୱର ପଧାନ, ଅମରଜିତ ସାହୁ ଏବଂ ବିଭିନ୍ନ ସଂଗଠନର ସ୍ଵେଚ୍ଛାସେବୀ ସଭାକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.