centurian jitm

କମ୍‌ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣ (ପିଟୁଏମ) ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନାକୁ
କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ୨୦୨୪ – ୨୫ ବର୍ଷ ପାଇଁ ‘ବ୍ୟକ୍ତିରୁ ବ୍ୟବସାୟୀଙ୍କୁ (ପିଟୁଏମ) କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନା’କୁ ନିମ୍ନ ମତେ ମଞ୍ଜୁର କରାଯାଇଛି : (୧) ୧ ଏପ୍ରିଲ ୨୦୨୪ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନାକୁ ଆନୁମାନିକ ୧୫ ଶହ କୋଟି ଟଙ୍କାର ବ୍ୟୟବରାଦ ସହିତ କାର୍ଯ୍ୟକାରୀ କରାଯିବ ।
(୨) କେବଳ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୨ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ (ପିଟୁଏମ) ନେଣଦେଣକୁ ଏହି ଯୋଜନା ଅଧୀନରେ ସାମିଲ କରାଯିବ ।

  • ବର୍ଗ କ୍ଷୁଦ୍ର ବ୍ୟବସାୟୀ ବଡ଼ ବ୍ୟବସାୟୀ
    (୧) ହଜାର ଟଙ୍କା ପର୍ଯ୍ୟନ୍ତ ଶୂନ ଏମଡିଆର/ ଆର୍ଥିକ ପ୍ରୋତ୍ସାହନ (୦.୧୫% ହାରରେ) ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ
    (୨) ହଜାର ଟଙ୍କାରୁ ଅଧିକ ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ
    (୩) କେବଳ କ୍ଷୁଦ୍ର ବ୍ୟବସାୟୀ ବର୍ଗ ପାଇଁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ପ୍ରତ୍ୟେକ ନେଣଦେଣ ପିଛା ୦.୧୫%ର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ।
    (୪) ଯୋଜନାର ସମସ୍ତ ତ୍ରୈମାସ ପାଇଁ, ଅଧିଗ୍ରହଣକାରୀ ବ୍ୟାଙ୍କଗୁଡ଼ିକ ଦ୍ୱାରା ସ୍ୱୀକୃତ ଦାବି ପରିମାଣର ୮୦ ପ୍ରତିଶତ ବିନା କୌଣସି ସର୍ତ୍ତରେ ବଣ୍ଟନ କରାଯିବ ।
    (୫) ପ୍ରତ୍ୟେକ ତ୍ରୈମାସ ପାଇଁ ଗ୍ରହଣ କରାଯାଇଥିବା ଦାବି ପରିମାଣର ଅବଶିଷ୍ଟ ୨୦ ପ୍ରତିଶତ ପରିଶୋଧ ନିମ୍ନଲିଖିତ ସର୍ତ୍ତାବଳୀ ପୂରଣ କରିବା ଉପରେ ନିର୍ଭରଶୀଳ ହେବ :
  • ଅନୁମୋଦିତ ଦାବିର ୧୦ ପ୍ରତିଶତ କେବଳ ସେତେବେଳେ ପ୍ରଦାନ କରାଯିବ ଯେତେବେଳେ ଅଧିଗ୍ରହଣକାରୀ ବ୍ୟାଙ୍କର ବୈଷୟିକ ହ୍ରାସ ୭୫ ପ୍ରତିଶତରୁ କମ୍ ହେବ ।
  • ଅନୁମୋଦିତ ଦାବିର ଅବଶିଷ୍ଟ ୧୦ ପ୍ରତିଶତ କେବଳ ସେତେବେଳେ ପ୍ରଦାନ କରାଯିବ ଯେତେବେଳେ ଅଧିଗ୍ରହଣକାରୀ ବ୍ୟାଙ୍କର ସିଷ୍ଟମ ଅପଟାଇମ ୯୯.୫ ପ୍ରତିଶତରୁ ଅଧିକ ହେବ ।
    ଲାଭ :
    I. ଡିଜିଟାଲ୍ ବ୍ୟବସ୍ଥାର ପ୍ରସାର ମାଧ୍ୟମରେ ସୁବିଧାଜନକ, ସୁରକ୍ଷିତ, ଦ୍ରୁତ ନଗଦ ପ୍ରବାହ ଏବଂ ଉନ୍ନତ ଋଣ ବ୍ୟବସ୍ଥା ।
    II. ବିନା କୌଣସି ଅତିରିକ୍ତ ଶୁଳ୍କର ସହଜ ପରିଶୋଧ ସୁବିଧା ଦ୍ୱାରା ସାଧାରଣ ନାଗରିକଙ୍କୁ ଲାଭ ହେବ ।
    III. କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୟୁପିଆଇ ସେବାର ଲାଭ ଉଠାଇବାରେ ସକ୍ଷମ କରିବା । ଯେହେତୁ କ୍ଷୁଦ୍ର ବ୍ୟବସାୟୀମାନେ ମୂଲ୍ୟ ପ୍ରତି ସମ୍ବେଦନଶୀଳ, ତେଣୁ ଏହି ପଦକ୍ଷେପ ସେମାନଙ୍କୁ ୟୁପିଆଇ ଦେୟ ଗ୍ରହଣ କରିବାକୁ ଉତ୍ସାହିତ କରିବ ।
    IV. ଏହା ଡିଜିଟାଲ ରୂପରେ ଅର୍ଥ ନେଣଦେଣକୁ ଔପଚାରିକ କରିବା ଏବଂ ନେଣଦେଣ ହିସାବ ରଖିବା ଜରିଆରେ କମ୍‌ ନଗଦ ଅର୍ଥବ୍ୟବସ୍ଥା ପାଇଁ ସରକାରଙ୍କ ସଂକଳ୍ପକୁ ସମର୍ଥନ କରିଥାଏ ।
    V. ଦକ୍ଷତା ଲାଭ – ୨୦ ପ୍ରତିଶତ ପ୍ରୋତ୍ସାହନ ବ୍ୟାଙ୍କଗୁଡ଼ିକ ଉଚ୍ଚ ସିଷ୍ଟମ ଅପଟାଇମ ଏବଂ କମ୍ ବୈଷୟିକ ଅବନତି ବଜାୟ ରଖିବା ଉପରେ ନିର୍ଭରଶୀଳ । ଏହା ଦ୍ୱାରା ନାଗରିକମାନଙ୍କ ପାଇଁ ଦିନରାତି ଦେୟ ସେବାର ଉପଲବ୍ଧତା ସୁନିଶ୍ଚିତ ହେବ ।
    VI. ୟୁପିଆଇ ନେଣଦେଣର ଅଭିବୃଦ୍ଧି ଏବଂ ରାଜକୋଷ ଉପରେ ସର୍ବନିମ୍ନ ଆର୍ଥିକ ବୋଝ ମଧ୍ୟରେ ଉଭୟର ନ୍ୟାୟସଙ୍ଗତ ସନ୍ତୁଳନ ।
    ଉଦ୍ଦେଶ୍ୟ :
    ୧) ସ୍ୱଦେଶୀ ଭୀମ-ୟୁପିଆଇ ପ୍ଲାଟଫର୍ମକୁ ପ୍ରୋତ୍ସାହନ । ଆର୍ଥିକ ବର୍ଷ ୨୦୨୪-୨୫ରେ ମୋଟ କାରବାର ପରିମାଣ ୨୦ ହଜାର କୋଟି ଲକ୍ଷ୍ୟ ହାସଲ କରିବା ।
    ୨) ଏକ ସୁଦୃଢ଼ ଏବଂ ସୁରକ୍ଷିତ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମି ନିର୍ମାଣରେ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀଙ୍କୁ ସହାୟତା କରିବା ।
    ୩) ଫିଚର ଫୋନ୍‌ ଆଧାରିତ (ୟୁପିଆଇ ୧୨୩ ପେ) ଏବଂ ଅଫଲାଇନ (ୟୁପିଆଇ ଲାଇଟ୍‌/ୟୁପିଆଇ ଲାଇଟ୍‌ ଏକ୍ସ) ପେମେଣ୍ଟ ସମାଧାନ ଭଳି ଅଭିନବ ଉତ୍ପାଦକୁ ପ୍ରୋତ୍ସାହନ ଦେଇ ତୃତୀୟରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ସହର, ବିଶେଷ କରି ଗ୍ରାମୀଣ ଓ ଉପାନ୍ତ କ୍ଷେତ୍ରରେ ୟୁପିଆଇର ପ୍ରବେଶ ।
    ୪) ଉଚ୍ଚ ସିଷ୍ଟମ୍‌ ଅପଟାଇମ ବଜାୟ ରଖିବା ଏବଂ ବୈଷୟବିକ ହ୍ରାସକୁ କମ୍‌ କରିବା ।
Leave A Reply

Your email address will not be published.