ବିଶ୍ଵକର୍ମା ଗୃହ ନିର୍ମାଣ ଶ୍ରମିକ ସଂଘର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରଡୋଲ ସ୍ଥିତ ବିଶ୍ଵକର୍ମା ଗୃହ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏସ୍‌ପି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବାଙ୍ଗଲାଦେଶୀ ଶ୍ରମିକମାନେ ଆସି କାର୍ଯ୍ୟ କରିବା ଯୋଗୁଁ ସ୍ଥାନୀୟ ଶ୍ରମିକମାନଙ୍କୁ କାମ ମିଳୁ ନାହିଁ । ଏହାର ପ୍ରତିବାଦରେ ଗତକାଲି ବିଶ୍ୱକର୍ମା ଗୃହ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ହଜାର ହଜାର ଶ୍ରମିକ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ଏସ୍‌ପି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂଘ ସଭାପତି ସପନ ଦାଶ, ସମ୍ପାଦକ ବାଲାଶୁ ନାଟେସ ଏହାର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.