ଦେଓଗାଁରେ ଚର୍ଚ୍ଚା : ଭିକ ମାଗିବାକୁ ଆସି ନେଇଗଲେ ମୋବାଇଲ ଫୋନ୍

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦୁର୍ବୃତ୍ତ ଭିକ ମାଗି ଆସିବା ବାହାନାରେ ଘରୁ ଚୋରି କରୁଥିବା ନେଇ ଅଭିଯୋଗ ହୋଇଛି । ବୁଧବାର ଦିନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେଓଗାଁ ପଞ୍ଚାୟତ କଛାରପାଲି ଗାଁରେ । ଗାଁର ସାହୁପଡ଼ାକୁ ୨ଜଣ ଯୁବତୀ ଓ ଜଣେ ପୁରୁଷ ଭିକ୍ଷାବୃତ୍ତି କରିବାକୁ ଆସିଥିଲେ । ବିଭିନ୍ନ ଘରକୁ ଯାଇ ଭିକ ମାଗିବା ପରେ ଚତୁରତାର ସହ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲେ । ସେହି ଘର ଭିତରୁ ଏକ ମୋବାଇଲ ଫୋନ୍ ଚୋରି କରି ନେଇଥିବା ଜଣାପଡ଼ିଥିଲା । ମୋବାଇଲ ଚୋରି ହୋଇଥିବା ଘଟଣା ପ୍ରଚାର ହେବା ପରେ ଭିକ୍ଷାବୃତ୍ତି କରୁଥିବା ସେହି ଯୁବକ ଯୁବତୀଙ୍କୁ ଅଞ୍ଚଳର ଲୋକେ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ଆଉ ମିଳିନଥିଲା । ମୋବାଇଲ ଫୋନ ଚୋରି ପରେ ସେମାନେ ଚକମା ଦେଇ କୁଆଡେ ଉଭାନ ହୋଇ ଯାଇଥିଲେ । ଏବେ ଏହି ଘଟଣାଟି ଦେଓଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.