ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗାୟକ ସୁଖବିନ୍ଦର ସିଂ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଲିଉଡ୍‌ର ପ୍ରଚ୍ଛଦପଟ୍ଟ ଲୋକପ୍ରିୟ ଗାୟକ ସୁଖବିନ୍ଦର ସିଂ ମଙ୍ଗଳବାର ସନ୍ଧ୍ୟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ହକି ସଙ୍ଗୀତ ପାଇଁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାର ଜବାବରେ ସୁଖବିନ୍ଦର କହିଛନ୍ତି, ସମଗ୍ର ଭାରତବର୍ଷ ଆପଣଙ୍କୁ ଧନ୍ୟବାଦ କହିବା ଉଚିତ । ଆପଣ ହକି ବିଶ୍ୱକପ୍‌ ଆୟୋଜନ କରିଛନ୍ତି । ହକିକୁ ଆପଣ ଯେଉଁ ସମ୍ମାନ ଦେଇଛନ୍ତି ସେଥିପାଇଁ ସମଗ୍ର ଓଡ଼ିଶା, ଭାରତ ଏବଂ ସଙ୍ଗୀତ ଜଗତ ଆପଣଙ୍କୁ ଧନ୍ୟବାଦ ଦେଉଛି । ସମସ୍ତ ହକି ଗ୍ରାଉଣ୍ଡ ଦେଖିଛି । ଏହା ମୋତେ ବହୁତ ଖୁସି ଦେଇଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ହକି ଜର୍ସି ଦେଇ ସ୍ୱାଗତ କରିଥିଲେ ।

Comments are closed, but trackbacks and pingbacks are open.