centurian jitm

୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର : ବଡ଼ ଖବର, ବଡ଼ ସୂଚନା ୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା’ । ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମାର ସୁଫଳ ପାଇବେ । ରାଜ୍ୟ ଭିତରେ ଓ ବାହାର ମେଡିକାଲ୍‌ରେ ମିଳିବ ଚିକିତ୍ସା ସୁବିଧା । ସତ୍ୟଭାମାପୁର କାର୍ଯ୍ୟକ୍ରମରେ ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୯ ହଜାର ମେଡିକାଲ୍‌ରେ ମିଳିବ ଚିକିତ୍ସା ସୁବିଧା ତେବେ ଗତ ୨୧ ମାର୍ଚ୍ଚରେ ରାଜ୍ୟରେ ଆୟୁଷ୍ମାନ ଭାରତକୁ ମିଳିଥିଲା କ୍ୟାବିନେଟ ମଞ୍ଜୁରି । ଏନେଇ ଗୃହରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫଳରେ ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହେବ । ଏହି ଯୋଜନା ଦ୍ୱାରା ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ । ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବାର ଆଶା କରାଯାଉଛି । ସେହିପରି ୭୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଲାଗୁ କରାଯିବ । ତେବେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ଭଳି ଜାରି ରହିବ ।

Leave A Reply

Your email address will not be published.