● କନ୍ଧମାଳରେ ଏକ ବଡ଼ ଅପରେସନରେ ନିହତ ହେଲେ 6 ନକ୍ସଲ
● ମୃତକଙ୍କ ମଧ୍ୟରେ କେନ୍ଦ୍ର କମିଟି ସଦସ୍ୟ ଗଣେଶ ଉଇକେ ସାମିଲ
● ଏହି ମହତ୍ୱପୂର୍ଣ୍ଣ ସଫଳତା ସହିତ, ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦ୍ୱାରଦେଶରେ ଓଡ଼ିଶା
● 31 ମାର୍ଚ୍ଚ 2026 ପୂର୍ବରୁ ନକ୍ସଲବାଦର ବିଲୋପ ପାଇଁ ଆମେ ସଂକଳ୍ପବଦ୍ଧ: ଅମିତ ଶାହ
ନୂଆଦିଲ୍ଲୀ, (ପିଆଇବି) : ନକ୍ସଲମୁକ୍ତ ଭାରତ ଦିଗରେ ଦେଶକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । କନ୍ଧମାଳରେ ସୁରକ୍ଷାବାହିନୀର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା 6 ଜଣ ନକ୍ସଲ ନିହତ ହୋଇଛନ୍ତି । ମୃତ ନକ୍ସଲଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସାମିଲ ରହିଛି । ଏକ୍ସରେ ଏକ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ‘‘ନକ୍ସଲମୁକ୍ତ ଭାରତ ଦିଗରେ ଦେଶକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଓଡ଼ିଶାର କନ୍ଧମାଳରେ ଏକ ବଡ଼ଧରଣର ଅପରେସନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ଏବେ ସୁଦ୍ଧା 6 ଜଣ ନକ୍ସଲ ନିହତ ହୋଇଛନ୍ତି । ଏହି ପ୍ରମୁଖ ସଫଳତା ସହିତ, ଓଡ଼ିଶା ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦ୍ୱାରଦେଶରେ ଛିଡ଼ା ହୋଇଛି । 31 ମାର୍ଚ୍ଚ 2026 ସୁଦ୍ଧା ନକ୍ସଲବାଦର ବିଲୋପ ପାଇଁ ଆମେ ସଂକଳ୍ପବଦ୍ଧ ।’’