ଭାରସାମ୍ୟ ହରାଇ ଘରକୁ ପଶିଲା କାର : ଅଳ୍ପକେ ବର୍ତିଲେ ପରିବାର ଲୋକେ

ବିନିକା, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଘରକୁ ପଶିଲା କାର । କାର ଚାଳକ ଫେରାର ମାରିଥିବା ବେଳେ ଅଳ୍ପକେ ବର୍ତିଲେ ପରିବାର ଲୋକେ । ଆଜି ସକାଳୁ ସୋନପୁର – ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ସୋନପୁର ପଟରୁ ଦୃତଗତିରେ ଆସି ଓଡ଼ି ୩୩ ଜେଡ଼ – ୮୭୫୭ ବୋଲେନୋ କାର ସଂସାମୁରା ଗାଁର ଦୁର୍ଯ୍ୟୋଧନ ସାଥୁଆଙ୍କ ମାଟି ଘର ଭିତରକୁ ପଶି ଯାଇଥିଲା । ଫଳରେ ମାଟିଘର ଭାଙ୍ଗି ଚୁରମାର ହେବା ସହିତ ଘରେ ଥିବା ପରିବାରର ୭ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାଗ୍ରସ୍ତ କାରରେ ଗଞ୍ଜେଇ ବାସ୍ନା ଆସୁଥିବାରୁ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡିଛି । ଖବର ପାଇଁ ଘଟଣା ସ୍ଥଳକୁ ବିନିକା ଥାନା ମହାଦେବପାଲି ଫାଣ୍ଡି ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିଛି ।

Leave A Reply

Your email address will not be published.