ରାଉରକେଲା, (ସସ୍ମିତା ପ୍ରଧାନ) : ମୋକ୍ଷଦା ଏକାଦଶୀର ଶୁଭ ଅବସରରେ ସହରର ବିର୍ସା ଡାହାର ସ୍ଥିତ ଶ୍ରୀ ଶ୍ୟାମଙ୍କ ମନ୍ଦିରରେ ବାବା ଶ୍ୟାମଙ୍କ ଦରବାରକୁ ଫୁଲରେ ସଜ୍ଜିତ କରାଯିବା ସହିତ ପୁରୋହିତଙ୍କ ଦ୍ୱାରା ସକାଳରୁ ମନ୍ଦିରରେ ବାବା ଶ୍ୟାମଙ୍କ ପୂଜା କରାଯାଇଥିଲା । ଏଥିପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୭ଟାରେ ଭଜନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ରାଉରକେଲା ସହରର ଭଜନ ଗାୟକ ବିଶାଲ ଶର୍ମା ଗୋଟିଏ ପରେ ଗୋଟିଏ, ଏହିପରି ଅନେକ ଭଜନ ଗାଇଥିଲେ । ଯେଉଁଥିରେ ଶ୍ୟାମ ବାବା ଏବଂ ଅନ୍ୟାନ୍ୟ ଦେବାଦେବୀଙ୍କ ଭଜନ ଅନ୍ତର୍ଭୁକ୍ତ । ରାତି ୧୦ଟା ସମୟରେ ଭଜନ କାର୍ଯ୍ୟକ୍ରମ ଶେଷ ହେବା ପରେ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଏହି ଭକ୍ତି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କମିଟିର ଗୋବିନ୍ଦ ଅଗ୍ରୱାଲ, କମଳା ଦେବୀ, ନିରଂଜନ ସୋନି, ରାଜେଶ ଅଗ୍ରୱାଲ, ଗଜୁ ଶର୍ମା, ଭୀମ ବନସାଲଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଥିଲା ।
Prev Post