ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ପଣ୍ଡକିଟାଲ ଠାରେ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୂଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । କବି ଭିକାରୀ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ସମ୍ପାଦକ କବି ହୃଷୀକେଶ ଡାଙ୍ଗଙ୍କ ସଂଯୋଜନାରେ କବି ଗୋକୁଳ ବିହାରୀ ଦାସ, କବି ଟିକେଲାଲ୍ ରାଉତ ଆଲୋଚକ ଭାବେ ଯୋଗଦେଇଥିଲେ । ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ଆସରରେ କବି ଫଗୁନୁ ଚାଉର, ନରୋତ୍ତମ ପାତ୍ର, ଯଜ୍ଞସେନୀ ହୋତା, ଅତୁଲ୍ୟ ସାହୁ, ଡୋଳାମଣି ମହାକୁର, ଉଦ୍ଧବ ବାରିକ, ସୁରେନ୍ଦ୍ର ପଶାୟତ, ଦୟାଲ ମାଝୀ, କାମଦେବ ନାଏକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବରିଷ୍ଠ କବି ସନ୍ତୋଷ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post