oom

ମ.ରାମପୁରରୁ ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ପୁଷ୍ପେନ୍ଦ୍ର : ଜନ୍ମ ମାଟିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଭବ୍ୟ ସମ୍ବର୍ଦ୍ଧନା

jsmm

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଥିଲା ଏବଂ ବିଜେଡ଼ି ତରଫରୁ ମ.ରାମପୁର ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ଆସନ ଅଳଙ୍କୃତ କରିଛନ୍ତି । ଆଜି ଏହି ଘୋଷଣା ପରେ ପରେ ଭବାନୀପାଟଣାଠାରୁ ମ.ରାମପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ କରାଯାଇଥିଲା । ମ.ରାମପୁର ନିକଟ ବୁରାଟରୁ ଏକ ବିରାଟ ପଟୁଆରରେ ତାଙ୍କୁୁ ସ୍ୱାଗତ କରି ଅଣାଯାଇଥିଲା । ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କ ସମେତ ମ.ରାମପୁର ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ପୂର୍ବତନ ସରପଞ୍ଚ ଚିତ୍ତରଂଜନ ବାଗ, ପ୍ରେମ ସାଗର ନାଏକ, ବିଜେଡ଼ି ବ୍ଳକ ବିଜେଡ଼ି ଯୁବ ସଭାପତି ସତ୍ୟ ନାରାୟଣ ସାହୁ, ବିକାଶ ରଞ୍ଚନ ସିଂହଦେଓ, ଭଗବାନ ଭୋଇ, ହେମନ୍ତ ଚନ୍ଦନଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ, ଶୁଭେଚ୍ଛୁ, ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବତନ ପୂର୍ତ୍ତବିଭାଗ, ନଗରଉନ୍ନୟନ ମନ୍ତ୍ରୀ ସ୍ୱର୍ଗତ କିରଣ ଚନ୍ଦ୍ର ସିଂହଦେଓଙ୍କ ସୁପୁତ୍ର ପୁଷ୍ପେନ୍ଦ୍ର ସିଂହଦେଓ ପୂର୍ବରୁ ମ.ରାମପୁର ବ୍ଲକ ଉପାଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ରହି ଆସିଥିଲେ । ଚଳିତ ଥର ଦ୍ୱିତୀୟ ଥର ଲାଗି ଜିଲ୍ଲା ପରିଷଦ ରହିବା ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୦୧୭ ମସିହାରେ କଳାହାଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ଭାବରେ ବିଜେପି ୩୩ଟି ଆସନ ପାଇଥିବା ବେଳେ କଂଗ୍ରେସ ଦୁଇଟି ଏବଂ ବିଜେଡ଼ିର ପୁଷ୍ପେନ୍ଦ୍ର ସିଂହଦେଓ ଗୋଟିଏ ଆସନରେ ବିଜୟୀ ହେଇଥିଲେ । ତେବେ ଆଜିର ମ.ରାମପୁର ଅଞ୍ଚଳରେ ଏହି ଖବର ପରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଶ୍ରୀ ସିଂହଦେଓ ଜିଲ୍ଲାବାସୀ, ଜିଲ୍ଲା ବିଜେଡ଼ି କର୍ମକତ୍ତା, ନର୍ଲା ବିଧାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର କୃତଜ୍ଞତା ଜଣେଇବା ସହିତ ସମସ୍ତଙ୍କ ସହଯୋଗରେ ସେ କଳାହାଣ୍ଡିର ବିକାଶକୁ ଆଉ ପାଦେ ଆଗେଇ ନେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

jittmm
Leave A Reply

Your email address will not be published.