ଯୁବକଙ୍କ ଭବିଷ୍ୟତ ସହ ଖେଳ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରଗଡ଼ ଜିଲ୍ଲାର ୬ଟି ବ୍ଲକ ତଥା ରାଜବୋଡ଼ାସମ୍ବର, ପାଇକମାଲ, ଝରବନ୍ଧ, ଗାଇସିଲେଟ, ସୋହେଲା, ଓ ବିଜେପୁର ବ୍ଲକକୁ ନେଇ ଗଠିତ । ସୂଚନା ଅନୁସାରେ ଉପଖଣ୍ଡସ୍ଥ ସମସ୍ତ କାର୍ଯ୍ୟାଳୟ ପ୍ରାୟ ପଦ୍ମପୁର ସହରରେ ଥିବା ବେଳେ ପ୍ରତିଦିନ ପ୍ରାୟ ସମସ୍ତ ବ୍ଲକରୁ ବହୁ ଛାତ୍ରଛାତ୍ରୀ ତଥା ଯୁବକ ଯୁବତୀ ନିଜର ନାମ ପଞ୍ଜୀକରଣ ପାଇଁ ନିଜ ଅଞ୍ଚଳରୁ ପ୍ରାୟ ୬୦ରୁ ୭୦ କିଲୋମିଟର ଦୂର ପଦ୍ମପୁର ଉପନିୟୋଜକଙ୍କ କାର୍ଯ୍ୟାଳୟକୁ ଆସିଥାନ୍ତି । କିନ୍ତୁ ଏହି କାର୍ଯ୍ୟାଳୟ ସପ୍ତାହକୁ ମାତ୍ର ଗୋଟିଏ ଦିନ ନାମ ପଞ୍ଜିକରଣ ହୋଇ ପାରୁଥିବା ବେଳେ ତାହା ମଧ୍ୟ କେବଳ ଦିନ ୨ଟା ଯାଏଁ ହେଉଛି । ଏଣୁ ଘ.୧୦ଟାରୁ ଘ. ୦୨ ଟା ମଧ୍ୟରେ ମାତ୍ର ୪ ଘଣ୍ଟାରେ ଆସୁଥିବା ଯୁବକ ଯୁବତୀଙ୍କ ମଧ୍ୟରୁ ପ୍ରାୟ ଅଧାରୁ ବି କମ୍‌ ଜଣଙ୍କର ନାମ ପଞ୍ଜିକୃତ ହୋଇପାରୁଛି । ଏ ନେଇ ପଦ୍ମପୁର ଉପନିୟୋଜକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ପଚାରିବାରୁ ସେ ଜିଲ୍ଲା ନିୟୋଜକଙ୍କ ନିର୍ଦେଶ ଅନୁଯାୟୀ ଏହି ଭଳି କାର୍ଯ୍ୟ କରୁଥିବାର କହିଥିବା ବେଳେ ଦୂର ଦୂରରୁ ଆସୁଥିବା ବହୁ ଯୁବକ ଯୁବତୀଙ୍କ ନାମ ପଞ୍ଜିକରଣ ବିନା ନିରାଶ ହୋଇ ଘରକୁ ଫେରୁଛନ୍ତି । ଫଳରେ ବାହାରି ଥିବା ବିଭିନ୍ନ କାର୍ଯ୍ୟ ନିଯୁକ୍ତିରେ ଆବେଦନରୁ ବହୁ ଯୁବକ ଯୁବତୀ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସରକାର ଯୁବ ପିଢୀଙ୍କ ନିୟୋଜନ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଥିବା ବେଳେ କିଛି ସରକାରୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବହୁ ଯୁବକ ନିୟୋଜନରୁ ବଞ୍ଚିତ ରହୁଥିବା ଯୁବକ ଯୁବତୀମାନେ ଅଭିଯୋଗ କରୁଛନ୍ତି । ଅନ୍ୟ ପଟେ ଏହି ବିଷୟରେ ପଦ୍ମପୁର ଉପଜିଲ୍ଲାପାଳ ତଥା ଜନ ପ୍ରତିନିଧି ମାନେ ଯଥୋଚିତ ପଦକ୍ଷେପ ନିଅନ୍ତୁ ଏବଂ ଯୁବକ ଯୁବତୀଙ୍କ ଜୀବନ ସହ ଖେଳିବା ବନ୍ଦ କରନ୍ତୁ ବୋଲି ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.