ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ବାଗ ଫେବୃଆରୀ ୨୮ ତାରିଖରେ ତଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପଧାନଙ୍କ ନେତୃତ୍ୱରେ ଶିକ୍ଷକ ବିଶ୍ୱାମିତ୍ର ବାଗଙ୍କୁ ଅବସରକାଳୀନ ବିଦାୟ ଦେବା ପାଇଁ ବୈତାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ହୃଦୟସ୍ପର୍ଶୀ ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବୈତାଲିର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ଏବଂ ଗ୍ରାମବାସୀଙ୍କ ମିଳିତ ପ୍ରୟାସ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ୍ କୁମାର ପତି, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଦୟାନିଧି କୈବର୍ତ୍ତ, ଅମଠି ଗ୍ରାମ ପଞ୍ଚାୟତ ସରପଞ୍ଚ ଲକ୍ଷେ ସିଂ ଥପା ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁ ଯୋଗଦାନ କରିଥିଲେ ।ଏହାଛଡା ବୈତାଳି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ମଧ୍ୟ କାର୍ଯ୍ୟମରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକରିଙ୍କୁ ମହାମଲ୍ଲିକ୍ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ସାହୁ ଏବଂ ସବିତା ଧରୁଆ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ବିଶ୍ୱାମିତ୍ର ବାଗ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅର୍ଜନ କରିଥିବା ପ୍ରେମ ଏବଂ ସମ୍ମାନର ଏକ ନିଆରା ଥିଲା ।ଛାତ୍ରଛାତ୍ରୀ ତଥା ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଥିବା ନିବିଡ଼ ସମ୍ପର୍କ ଉକ୍ତ ସଭାରେ ଦେଖିବାକୁ ମିଳିଥିଲା, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜର ପ୍ରିୟ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ଦେବା ସମୟରେ ଅଶ୍ରୁ ଲୋତକରେ ପରିପୂର୍ଣ୍ଣ ହୋଇଥିଲା । ବିଦ୍ୟାଳୟ ସମ୍ପ୍ରଦାୟ ଏକତ୍ରିତ ହୋଇ ତାଙ୍କର ନିଷ୍ଠା ଏବଂ ସେବା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ତଥା ବୈତାଳି ଗ୍ରାମର ଅଭିଭାବକ ତଥା ଗ୍ରାମବାସୀମାନେ ବିଶ୍ଵାମିତ୍ର ବାଗ ଆଜ୍ଞାଙ୍କୁ ବୈତାଳି ସ୍କୁଲରୁ ବିଦାୟ ଦେଇ ତାଙ୍କ ନିଜସ୍ୱ ଗ୍ରାମ ତୁର୍ଲାକୁ ଯାଇ ଏକ ଶୋଭାଯାତ୍ରା କରିଥିଲେ ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜର ଅତିପ୍ରିୟ ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ବାଗଙ୍କୁ ନୃତ୍ୟ, ବାଦ୍ୟ ତାଳେ ତାଳେ ଘରକୁ ପାଛୋଟି ନେଇଥିଲେ । ବାଗ ଆଜ୍ଞା ନିଜର ଚାକିରୀକାଳ ମଧ୍ୟରେ ଛାତ୍ରବତ୍ସଳତା, ସମୟାନୁବର୍ତିତା ଆଦି ଅନେକ ଶିକ୍ଷକ ସୁଲଭ ଗୁଣର ଅଧିକାରୀ ହୋଇ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ତାଙ୍କର ଏହି ବିଦାୟ କାଳୀନ ସମ୍ବର୍ଦ୍ଧନାରେ ସମସ୍ତଙ୍କ ଉପସ୍ଥିତି ଏହାର ପ୍ରତ୍ୟକ୍ଷ ପ୍ରମାଣ କରିଥିଲା ।
Prev Post