oom

୧୯୬୯ ବ୍ୟାଚ୍‌ର ଭାବ ବିନିମୟ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୪ ଇସ୍ପାତ ହାୟର ସେକେଣ୍ଡାରୀ ସ୍କୁଲର ପ୍ରଥମ ବ୍ୟାଚ୍‌ ୧୯୬୯ର ଛାତ୍ର ଛାତ୍ରୀ ଓ ସେମାନଙ୍କୁ ପଢାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ୫୫ତମ ବାର୍ଷିକ ସମାବେଶ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶିକ୍ଷାବିତ ଡ଼ଃ. ପ୍ରଦୀପ କୁମାର ନନ୍ଦଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେତେବେଳେ ପାଠ ପଢାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ କଲ୍ୟାଣୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଶତପଥୀ, ସରୋଜବାଳା ରାୟଗୁରୁ, ବାଞ୍ଛାନିଧି ପାଢୀ, ଏସ୍. କେ. ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ । ସଭାପତି ଡଃ .ନନ୍ଦ ସେ ସମୟର ସ୍ମୃତିକୁ ଚାରଣ କରି କହିଲେ ଯେ ଶିକ୍ଷକ ମାନଙ୍କର ଅନୁଶାସନ ଯୋଗୁଁ ଆଜି ଆମେ ସମାଜର ଉଚ୍ଚ ସ୍ଥାନରେ ପହଞ୍ଚିପାରିଛୁ । ଏହି କାର୍ଯ୍ୟକ୍ରମରେ ରାଉରକେଲା ସମେତ ଭୁବନେଶ୍ୱର, କଟକ, ବାଙ୍ଗାଲୋର, ସମ୍ବଲପୁରରୁ ବହୁ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର ଅଭିଜ୍ଞତା ଓ ଭାବ ବିନିମୟ କରିଥିଲେ । ଏହି ଅବସରରେ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅରୁଣ କୁମାର ଜେନା, ସୁରେଶ ଚନ୍ଦ୍ର ଖୁଣ୍ଟିଆ, ବିଷ୍ଣୁଦୟାଲ ଅଗ୍ରୱାଲ, ଅମିତାଭ ଚାଟାର୍ଜୀ, ରାମରତନ କେଡିଆ, ସନ୍ତୋଷ କୁମାର ରାଉତ, ସବିତା ସାଦୁଆଲ, ମାଳତୀ ଦେବୀ ପ୍ରମୁଖ ସହଯୋଗ କରିଥିବାବେଳେ ଶେଷରେ ଅରୁଣ କୁମାର ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜି ପି ବେହେରା, ବୈକୁଣ୍ଠ ନାରାୟଣ ଶର୍ମା, ଅସିତ କୁମାର ଚାଟାର୍ଜୀ, ଗୋଭାଚାନ୍ଦ ଘୋଷ, ଯୋଗେନ୍ଦ୍ର ପ୍ରସାଦ, ପଦ୍ମନାଭ ଦାଶ, ସୁଦୀପ କୁମାର ଗୁପ୍ତା, ସୀମା ଚାଟାର୍ଜୀ, ରୁବି ଚାଟାର୍ଜୀ, ସୁମତି ମୁଣ୍ଡା, ସୁଧାରାଣୀ ଜୟସ୍ୱାଲ,ରାଧା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.