
ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସାଙ୍ଗଙ୍କୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ର ପାଇଁ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି, ପ୍ରଶାସନ ଅବହେଳା ଯୋଗୁଁ ବିଇଓଙ୍କ କାର୍ଯ୍ୟାଳୟ ମରାମତି ହୋଇପାରି ନାହିଁ । ଶେଷରେ ବାଧ୍ୟ ହୋଇ ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କୁ ଏକ ଚିଠି ଲେଖିଛନ୍ତି । ତେବେ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁଁ ବିଇଓଙ୍କ କାର୍ଯ୍ୟାଳୟର ଛାତରୁ ପାଣି ଗଳୁ ଥିବା ବେଳେ ମୂଲ୍ୟବାନ କାଗଜପତ୍ର ବର୍ଷାରେ ଭିଜିଯାଉ ଥିବା ନଜରକୁ ମଧ୍ୟ ଆସିଛି । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ମରାମତି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।
