ବେନ୍ଦେର ଜଙ୍ଗଲରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ବେନ୍ଦେର ଜଙ୍ଗଲର ତେଙ୍ଗନାବସା ନାଳରୁ ଏକ ବୃଦ୍ଧଙ୍କ ଗଳିତ ଶବ ଲାଠୋର ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବଡ଼ଗୁର୍ଜିଭଟା ଗ୍ରାମର ମନୁଲାଲ ବରିହା (୬୩) ଗତ ୩ତାରିଖରେ ସାଇକେଲ ଯୋଗେ ବାଗଦୋର ଗ୍ରାମକୁ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ବାହାରିଥିଲେ । ମନୁଲାଲ ଘରୁ ଗଲାପରେ ତାଙ୍କର ଖୋଜଖବର ମିଳିନଥିଲା ମଙ୍ଗଳବାର କିଛି ଗାଈ ଚାରଳି ଟେଙ୍ଗନାବସା ନାଳରେ ଏକ ଶବ ପଡ଼ିଥିବା ଦେଖିଥିଲେ । ଏହି ଘଟଣା ଚାରିଆଡେ ପ୍ରଚାର ହେବାପରେ ମନୁଲାଲଙ୍କ ପୁଅ ଅର୍ଜୁନ ବରିହା ଘଟଣାସ୍ଥଳକୁ ଯାଇ ଶବ ଚିହ୍ନଟ କରିଥିଲେ । ଶବ ତାଙ୍କ ବାପାର ଜାଣିବା ପରେ ଲାଠୋର ଥାନାକୁ ଆସି ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଲାଠୋର ଥାନା କେଶ ନଂ.୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ଖପ୍ରାଖୋଲକୁ ଶବ ବ୍ୟବଚ୍ଛେଦ ପାଇଁ ଶବ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.