oom

ଆଗଲପୁରରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବିଙ୍ଗହ୍ୟୁମାନ ଫାଉଣ୍ଡେସନ ଆନୁକୁଲ୍ୟରେ ବେନ୍ଦ୍ରା ଗ୍ରାମ ପଂଚାୟତ କାର୍ୟ୍ୟାଳୟ ରାମପୁର ଠାରେ ବିଙ୍ଗହ୍ୟୁମାନ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବଲାଙ୍ଗିର ମାଟିର ଗୌରବ, ଦୁଖ ସୁଖର ସାଥୀ ଯୁବ ସମାଜସେବୀ ସୋମନାଥ ମିଶ୍ରଙ୍କ ଜନ୍ମ ଦିନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ, ବେନ୍ଦ୍ରା ପଂଚାୟତ ସମିତିସଭ୍ୟା ଶ୍ରୀମତି ଜୟନ୍ତି ପଟେଲ, ଚିନ୍ତାମଣି ସାହୁ ଦୀପ ପ୍ରଜ୍ୱଳନ କରି ଫିତା କାଟି ରକ୍ତଦାନ ଶିବିରକୁ ଆରମ୍ଭ କରିଥିବା ବେଳେ ଆଖପାଖ ଅଞ୍ଚଳର ଅନେକ ଯୁବଗୋଷ୍ଠୀ ସ୍ୱଇଚ୍ଛାରେ ଆସି ରକ୍ତଦାନ କରିଥିଲେ । ସର୍ବମୋଟ ୭୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଫାଉଣ୍ଡେସନର କର୍ମକର୍ତା ତରଫରୁ ପ୍ରକାଶ ହୋଇଛି । ଉକ୍ତ ଶିବିରକୁ ସୁଜିତ କୁମାର କର୍ଣ୍ଣ, ବୁଦ୍ଧଦେବ ସାହୁ, ସଂଯୋଗ ସାହୁ, ରାକେଶ ଅଗ୍ରଓ୍ୱାଲ, ନାରାୟଣ ସାହୁ, ନିତ୍ୟାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.