
ବାଲେଶ୍ୱର : ମୋବାଇଲ ନ ଦେବାରୁ ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ବାଲିଆ ଅଞ୍ଚଳରେ । ମୃତକ ହେଲେ ତପନ ଗିରୀଙ୍କ ସାନ ପୁଅ ପ୍ରିଆଁଶୁ ପ୍ରୀତମ ଗିରି । ପାଠ ପଢିବାକୁ କହି ମୋବାଇଲ ଦେଖିବାକୁ ମାଆ ବାରଣ କରିବାରୁ ନବମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି । ବେକରେ ବେଡ଼ସିଟ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ ଛାତ୍ର ଜଣକ ।