ବିଡିପିଏଲ-୭ : ଅତାବିରା ହ୍ୱାଇଟ୍‌ ହର୍ଷ ଫାଇନାଲରେ ପ୍ରବେଶ

ବରଗଡ, (ସତ୍ୟନାରାୟଣ ବେହେରା) : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମିୟର ଲିଗ୍, ବି ଡି ପି ଏଲ -୭ର ପ୍ରଥମ ଫାଇନାଲିଷ୍ଟ୍ ଭାବରେ ଅତାବିରା ହ୍ୱାଇଟ ହର୍ଷ ପ୍ରବେଶ କରିଛି । ଅତାବିରା ହ୍ୱାଇଟ୍‌ ହର୍ଷ ଓ ସିଂ ୱାରିୟର ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଅତାବିରା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଅଧିନାୟକ ମହମ୍ମଦ ସଲିମଙ୍କ ୧୩ ଚୌକା ୫ ଛକା ବଳରେ ଅପରାଜିତ ୯୬ ରନ, କାହ୍ନା ଅଗ୍ରୱାଲଙ୍କ ୪୦ ରନ, ମହମ୍ମଦ ଇଫତିକାରଙ୍କ ୨୨ ରନ ଫଳରେ ଅତାବିରା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୮୧/୭ ରନ କରିଥିଲେ । ପ୍ରତିପକ୍ଷ ଦଳର ରାହୁଲ ଚୌଧୁରୀ ୨୨/୨, ନିଖିଳ ପାଢ଼ୀ ୧୫/୨, ସାୟଦ୍ ଜାକି ୩୦/୧, ସୁଶାନ୍ତ ବିଶି ୪୩/୧, ଶ୍ରୀକାନ୍ତ ପ୍ରଧାନ ୩୯/୧ ୱିକେଟ ନେଇଥିଲେ । ଏହାର ଜବାବରେ ସିଂ ୱାରିୟର୍ ଦଳ ବ୍ୟାଟିଂ କରିବାକୁ ଓହ୍ଲାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଗୋଟିଏ ସମୟରେ ୧୮ ରନ୍‌ ମଧ୍ୟରେ ତିନିଟି ଉଇକେଟ ହରାଇ ଅସୁବିଧା ସ୍ଥିତିରେ ଥିଲେ । ହେଲେ ପରବର୍ତ୍ତୀ ସମୟରେ ଦଳର ବରିଷ୍ଠ ଖେଳାଳି ବିକାଶ ପ୍ରଧାନ ଖେଳର ମଙ୍ଗ ସମ୍ଭାଳିବା ପରେ ତାଙ୍କର ସୁନ୍ଦର ବ୍ୟାଟିଂ ଫଳରେ ଦଳର ସ୍ଥିତିରେ ପରିବର୍ତ୍ତନ ଆସିଥିଲା । ଦଳ ପକ୍ଷରୁ ବିକାଶ ପ୍ରଧାନ ୫୦ ରନ, ହିମାଂଶୁ ବିଷ୍ଟ୍ ୨୯ ରନ କରିଥିଲେ । ଫଳରେ ଦଳ ୧୫.୩ ଓଭରରେ ୧୪୫ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ଫଳରେ ଅତାବିରା ଦଳ ମ୍ୟାଚ୍‌କୁ ୩୬ ରନରେ ଜିତି ନେଇ ପ୍ରଥମ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଥିଲା ।ଅତାବିରା ପକ୍ଷରୁ ତାରିଣୀ ସା ୧୫/୪ ୱିକେଟ ଓ ସୁଶାନ୍ତ ଗୁପ୍ତା ୧୦/୩ ୱିକେଟ ନେଇଥିଲେ । ଏହି ପ୍ରଥମ ଖେଳକୁ ପୃଥ୍ୱୀରାଜ ମିଶ୍ର, ଆନନ୍ଦ ହୋତା ପରିଚାଳନା କରିଥିଲେ । ସ୍କୋରର ଥିଲେ ମନୋଜ ପାତ୍ର, ଧାରା ବିବରଣୀ ପ୍ରକାଶ କରିଥିଲେ ସନ୍ତୋଷ ନାୟାର ଓ ଶୁଭମ୍ ପାତ୍ର । ପରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବରଗଡ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ, ଜଗନ୍ନାଥ ଡେଣ୍ଟାଲ କ୍ଲିନିକ୍‌ର ଚେୟାରମେନ ଡ. ଜଗନ୍ନାଥ ପଣ୍ଡିତ, ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ସଭାପତି ହରିହର ପ୍ରଧାନ, ସଦସ୍ୟ ପ୍ରଦୀପ ନନ୍ଦ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଅତାବିରା ଦଳର ଅଧିନାୟକ ମହମ୍ମଦ ସଲିମଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଗତକାଲିର ବରଗଡ ସ୍ପାରଟନ ଓ ଅତାବିରା ହ୍ୱାଇଟ୍‌ ହର୍ଷ ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ ମ୍ୟାଚ୍‌ରେ ସ୍ପାରଟନ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୯ ରନ କରିଥିଲେ । ଦଳ ପକ୍ଷରୁ ଡି ବିବେକ ୫୮ ରନ, ପ୍ରୟାସ ସିଂ ଠାକୁର ୫୦ ରନ, ରୂପକ ପ୍ରଧାନ ୨୭ ରନ କରିଥିଲେ । ପ୍ରତିପକ୍ଷ ଅତାବିରା ପକ୍ଷରୁ ସୁଶାନ୍ତ ଗୁପ୍ତା ୧୬/୨ ୱିକେଟ ଓ ଦେବବ୍ରତ ପ୍ରଧାନ ୩୬/୨ ୱିକେଟ ନେଇଥିଲେ । ୧୯୦ ରନର ବିଜୟ ଲକ୍ଷ୍ୟ ନେଇ ପଡିଆ ଓହ୍ଲାଇ ଅତାବିରା ଦଳ ମହମ୍ମଦ ଇଫତୀକାରଙ୍କ ୩୯ ରନ, ଦିବ୍ୟ କୁମାର ସାହୁ ୩୦ ରନ ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୪ ରନ କରିଥିଲେ । ପ୍ରତିପକ୍ଷ ଦଳର ରାଜା ବାବୁ ୨୯/୩ , ଆଲୋକ ଭୋଇ ୨୬/୨ ୱିକେଟ ନେଇଥିଲେ । ବରଗଡ ସ୍ପାର୍ଟାନ ଦଳ ମ୍ୟାଚ୍‌କୁ ୩୫ ରନରେ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା । ଅତାବିରା ଦଳ ମଧ୍ୟ ନିଜର ପୂର୍ବ ପଏଣ୍ଟ ଯୋଗୁଁ ସେମି ଫାଇନାଲରେ ପ୍ରବେଶ କରିଥିଲା । ଗତକାଲିର ଖେଳକୁ ପୃଥ୍ୱୀରାଜ ମିଶ୍ର ଓ ଭରତ ଚେତନ ପଣ୍ଡା ପରିଚାଳନା କରିଥିଲେ । ସ୍କୋରର ଥିଲେ ରଜତ ଦାଶ, ଖେଳର ଧାରା ବିବରଣୀ ପ୍ରକାଶ କରିଥିଲେ ସନ୍ତୋଷ ନାୟାର ଓ ଶୁଭମ୍ ପାତ୍ର । ଏହି ମ୍ୟାଚ୍‌ର ମ୍ୟାନ ଅଫ୍‌ ଦି ମ୍ୟାଚ୍ ବରଗଡ ସ୍ପାର୍ଟାନ ଦଳର ଡି ବିବେକଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଅତିଥି ସାଇ କୃପା ନର୍ସିଂ ହୋମର ଚେୟାରମେନ ଡ.ରାଜେଶ ତ୍ରିପାଠୀ, ହରି ଜ୍ୱେଲେରୀର ସତ୍ଵାଧିକାରୀ ପୀୟୂଷ ଛପଡ଼ିଆ, କେରିୟର ପଏଣ୍ଟ କୋଟାର କେଦାରନାଥ ବେହେରା, ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର ଗିରିଜା ପ୍ରସାଦ ନାଥ ଓ ସୋର୍ଯ୍ୟ ରଞ୍ଜନ ରାଏ ।

Leave A Reply

Your email address will not be published.